Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ ବିଶ୍ବବିଦ୍ୟାଳୟ କାଉନସେଲିଂ ସେବା ସଂସ୍ଥାନ ପକ୍ଷରୁ ନାଳନ୍ଦା ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଦିନିକିଆ କର୍ମଶାଳା ।

ଗୋପାଳପୁର
ନିଷ୍ଟ ବିଶ୍ୱବିଦ୍ୟାଳୟର କାଉନସେଲିଂ ସେବା ସଂସ୍ଥାନ ପକ୍ଷରୁ ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଦିନିକିଆ କର୍ମଶାଳା “ରେସିଲିଏଣ୍ଟ୍ ସ୍କୋଲାର୍: ଆକାଡେମିକ୍ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା” ଆୟୋଜନ କରାଯାଇଥିଲା। କାଉନସେଲିଂ ସେବା ସଂସ୍ଥାନ ର ଉପଦେଷ୍ଟା ପ୍ରଫେସର ମୀନାକ୍ଷୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ ରୁ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗଦର୍ଶନ ଦେବା, ଏକାଡେମିକ୍ ଚାପ ଏବଂ ଭାବପ୍ରବଣ ସୁସ୍ଥତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଶିକ୍ଷା ଏବଂ ଅଭିବୃଦ୍ଧି ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ
ଅନ୍ୟତମ ବକ୍ତା ଭାବେ ଡିନ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଷ୍ଟଡିଜର ପ୍ରଧ୍ୟାପକ ଡକ୍ଟର ସାବ୍ୟାସାଚି ରାଧା ଯୋଗ ଦେଇ ଛାତ୍ରମାନଙ୍କୁ ନିଷ୍ଠା ଏବଂ ସ୍ଥିରତା ସହିତ ସେମାନଙ୍କର ଲକ୍ଷ୍ୟ ଅନୁସରଣ କରିବାକୁ ମତପୋଷଣ କରିଥିଲେ ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାଲନ୍ଦା କଲେଜର ସନ୍ତୋଷ ତ୍ରିପାଠୀ ଉପସ୍ଥିତ ରହିଥିଲେ ।