Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳା ମହାରାଜ ଯାନ୍ତ୍ରିକ ମହାବିଦ୍ୟାଳୟ ଏନ ଏସ ଏସ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ।

ଗୋପାଳପୁର,୨୯/୦୭
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଜାତୀୟ ସେବା ଯୋଜାନା ଦ୍ଵାରା ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରଫେସର୍ ଚିତ୍ତରଞ୍ଜନ ମହାନ୍ତି ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ବୃକ୍ଷ ରୋପଣ ଦ୍ବାରା ପରିବେଶ ର ସୁରକ୍ଷା ହେବା ସହ ମାନବ ସମାଜକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ସହାୟକ ହୋଇଥାଏ ବୋଲି ମତପୋଷଣ କରିଥିଲେ।ଏନଏସଏସ ପ୍ରୋଗ୍ରାମ ଅଫିସର ଡ.ଚିତ୍ତରଞ୍ଜନ ମଲ୍ଲିକ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଲେଜର ପରିବେଶକୁ ସୁନ୍ଦର ଏବଂ ସୁସ୍ଥ ରଖିବାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ। ଆମର ଏହି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପ୍ରତି ଆଗ୍ରହତା ବଢିବାକୁ ସହାୟକ ହେବ। ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରାନୁମୟୀ ସିଂ, “ଏହି ପ୍ରତିରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଲଗାଯାଇଥିବା ବୃକ୍ଷର କେମିତି ଯତ୍ନ ନେବା, ସେ ବିଷୟରେ ସଚେତନ କରିଛନ୍ତି।