Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ବିଭିନ୍ନ ଦାବିନେଇ କୁଳପତି ଙ୍କୁ ଦାବିପତ୍ର ପ୍ରଦାନ।

ଗୋପାଳପୁର,୨୯/୦୭
ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ବିଦ୍ୟାର୍ଥୀ ମାନଙ୍କୁ ପକ୍ଷରୁ ଆଜି ଚାରିଦଫା ଦାବି ନେଇ ବିଶ୍ବବିଦ୍ୟାଳୟ କୁଳପତି ସମେତ ପରୀକ୍ଷା ନିୟନ୍ତ୍ରକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମଙ୍ଗଳବାର ଦିନ ଦାବି ନେଇ ଆଇନ ମହାବିଦ୍ୟାଳୟ ସମେତ ବିଶ୍ବବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ବିଦ୍ୟାର୍ଥୀ ଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରକାଶ କରାଯାଇଛି। ବିଦ୍ୟାର୍ଥୀ ଙ୍କ ଅଭିଯୋଗ ଅନୁଯାୟୀ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏଲ ଏଲ ବି ୨୦୨୧ -୨୪ ଶିକ୍ଷା ବର୍ଷର ୩ୟ ,୪ର୍ଥ ଓ ୬ ଷ୍ଠ ସେମିଷ୍ଟାର ପରୀକ୍ଷା ର ମାର୍କ ସିଟରେ ଭୂଲ ରହିଥିବା,ନୁଆ -ଓ ସ୍କଲରସିପ ରୁ ବିଦ୍ୟାର୍ଥୀ ମାନେ ବଞ୍ଚିତ ରହିଥିବା, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର କର୍ମଚାରୀ ମାନେ ବିଦ୍ୟାର୍ଥୀ ମାନଙ୍କୁ ଅସହଯୋଗ କରୁଥିବା ଆଦି ନେଇ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ନହେଲେ ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରକାଶ କରିଛନ୍ତି।ଏହା ନେଇ ପରୀକ୍ଷା ନିୟନ୍ତ୍ରକ ଡ଼ ସତ୍ୟନାରାୟଣ କୁଣ୍ଡୁ ଙ୍କ ସହ ଆଲୋଚନା ବେଳେ ସେ ସୂଚନା ଦେଇଛନ୍ତି ଯେ ବିଦ୍ୟାର୍ଥୀ ଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁଯାୟୀ ସେମାନଙ୍କୁ ତୁରନ୍ତ ନିର୍ଭୁଲ ମାର୍କସିଟ ଓ ସାର୍ଟିଫିକେଟ ପ୍ରଦାନ କରାଯିବ।ଏଥି ସହ ନୂଆ -ଓ ସ୍କଲରସିପ ନେଇ ନୂଆ ସରକାର ଯା‌ହା ନିଷ୍ପତ୍ତି ନେବେ ସେ ଅନୁସାରେ ବିଦ୍ୟାର୍ଥୀ ମାନଙ୍କୁ ସ୍କଲରସିପ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବା ସହ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ର କୈାଣସି କର୍ମଚାରୀ ବିଦ୍ୟାର୍ଥୀ ଙ୍କୁ ଅସହଯୋଗ କରୁଥିବା ନେଇ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।