ଡୁଙ୍ଗୁରିପାଲି : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଯୁଗ୍ମ ଜନଶୁଣାଣୀ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୯୦ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୮୨ ଗୋଟି ଗ୍ରହଣ କରାଯାଇଥିବା ବେଳେ ୦୮ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l ବିଡିଓ ଡୁଙ୍ଗୁରିପାଲି ବିପିନ ବିହାରୀ ଦୀପ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା , ପଞ୍ଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ଙ୍କ ସମେତ ଜିଲ୍ଲା ସ୍ତରରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର , ଉପଜିଲ୍ଲାପାଳ ସୋନପୁର ସୂରଜ କୁମାର ପଟ୍ଟନାୟକ , ଅଧିକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ , ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଅଶୋକ କୁମାର ମିଶ୍ର , ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବି ଏନ ରେଡ୍ଡୀ , ନିର୍ବାହୀ ଯନ୍ତ୍ରୀ ଉଠା ଜଳ ସେଚ ପ୍ରକଳ୍ପ ପ୍ରଫୁଲ୍ଲ କୁମାର ବେହେରା , ଉପ ନିର୍ଦେଶକ ହେଣ୍ଡିକ୍ରାଫ୍ଟ ବନମାଳୀ ଟପ୍ପୋ , ଫରେଷ୍ଟ ରେଞ୍ଜ ଅଫିସର ଡମ୍ବରୁ ଧର ପ୍ରଧାନ, ଉପ ନିର୍ଦେଶକ ହସ୍ତତନ୍ତ ବିନୟ ପୃଷ୍ଟି , ଜି.ଏମ. ଜିଲ୍ଲା ଶିଳ୍ପ କେନ୍ଦ୍ର ଅଭିଜିତ ତ୍ରିପାଠୀ , ସିଡିଭିଓ ଡ଼ଃ ପରମାନନ୍ଦ ସେଠୀ , ତହସିଲଦାର ରାମପୁର ବିମଳ ପାତ୍ର , ଡେପୁଟି କଲେକ୍ଟର (ଗ୍ରୀଭେନସ) ଶୁଭଶ୍ରୀ ରଥ , ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ , ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l