Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ମେ ୭ ରେ ଶୁଭଖୁଣ୍ଟି ଓ ୩୦ରେ ବାହୁଡିବେ ମାଁ ।

ବେଲଗୁଣ୍ଠା-୨୨/୪- ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ଯାତ୍ରା ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଯାଇଅଛି ।ଆଜି ଏ ନେଇ ବେଲଗୁଣ୍ଠାର ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବଡ଼ଦାଣ୍ଡ ଠାରେ ପରମ୍ପରା ଅନୁଯାୟୀ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ମାଁ ବ୍ରାହ୍ମଣ ଦେବୀଙ୍କ ବେଲଗୁଣ୍ଠା ଆଗମନ ପରେ ମହୋତ୍ସବ ପାଇଁ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଭାପତି ଭାବେ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ କାର୍ଯ୍ୟକାରୀ ସଭାପତି ଭାବେ ମହୋତ୍ସବ ଦାୟିତ୍ଵ ତଦାରଖ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ନେଇ ଆଲୋଚନା ହୋଇଥିଲା । ଆସନ୍ତା ୨୩ ତାରିଖ ରବିବାର ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ଆଗମନ କରିବାର କାର୍ଯ୍ୟକ୍ରମ ରହିଛି । ମାଁ କୋଳି ସାହି ଅସ୍ଥାୟୀ ପୀଠରେ ବିରାଜମାନ ହେବା ପରେ ବାପଘର କୋଳି ସାହି ତରଫରୁ ସାତ ଦିନ ମଧ୍ୟରେ ମାଁ ଙ୍କ ମୃଣ୍ମୟୀ ମୁଖ ମଣ୍ଡଳ ନିର୍ମାଣ ହେବା ପରେ କୋଳି ସାହି ତରଫରୁ ଆସନ୍ତା ୨୯ ତାରିଖରେ ମାଁ ବ୍ରାହ୍ମଣ ଦେବୀ ସିଂହ ବାହିନୀ ରୂପରେ ନଗର ପରିକ୍ରମା ଶୁଭାରମ୍ଭ କରିବେ ।ଏହା ପରେ କୋଳି ସାହି ଯାତ୍ରା କମିଟି ପରମ୍ପରା ଅନୁଯାୟୀ ଗ୍ରାମ ର ମୁଖ୍ୟ ଯାତ୍ରା କମିଟି ତଥା ମହୋତ୍ସବ କମିଟିକୁ ଯାତ୍ରା ଦାୟିତ୍ଵ ହସ୍ତାନ୍ତର କରିଥାନ୍ତି ।ଏହା ପରେ ମୁଖ୍ୟ ଯାତ୍ରା କମିଟି ତରଫରୁ ମହୋତ୍ସବ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇ ମାଁ ଙ୍କ ନଗର ପରିକ୍ରମା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ମାଁ ଙ୍କ ନଗର ପରିକ୍ରମା ସମୟରେ ହେଉଥିବା ବିଭିନ୍ନ ପ୍ରକାରର ବାଣ ପଟୁଆର ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥାଏ ।ଏହି ବାଣ ପଟୁଆର ଦେଖିବା ପାଇଁ ବେଲଗୁଣ୍ଠା ସହରକୁ ଏହି ସମୟରେ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ସ୍ୱତନ୍ତ୍ର ଆକର୍ଷଣ ଭାବେ ସ୍ଥାନ ନେଇଥାଏ ବିଶ୍ୱ ଦରବାରରେ ସ୍ଥାନ ପାଇଥିବା ଏଠାକାର ମଣିଷ ବାଘ ନୃତ୍ୟ । ଏହାର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ୍ ସହରର ଉତ୍ତମ ପରିଚାଳନା ପାଇଁ ଦାୟିତ୍ଵ ନିର୍ବାହ କରିଥାଆନ୍ତି ।ଏହା ଉପଲକ୍ଷେ ଆସନ୍ତା ମେ ୭ ତାରିଖରେ ମହୋତ୍ସବ ଶୁଭଖୁଣ୍ଟି ବେଲଗୁଣ୍ଠା ବଡ ଦାଣ୍ଡରେ ସ୍ଥାପିତ ହେବ ବୋଲି ସୂଚନା ମିଳିଛି ।ଏଥି ସହିତ ମେ ୨୮ ତାରିଖରେ ଶାନ୍ତି ହୋମ,୩୦ ତାରିଖରେ ମାଁ ବ୍ରାହ୍ମଣ ଦେବୀ ନିଜ ନିଜ ସ୍ଥାୟୀ ପୀଠକୁ ବାହୁଡିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି କମିଟି ତରଫରୁ ସୂଚନା ମିଳିଛି ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପୁର୍ବତନ ଉପ ନଗର ପାଳ ପ୍ରଶାନ୍ତ କୁମାର ସାହୁ, ଆଇନଜୀବି ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ କୁମାର ସୁବୁଦ୍ଧି, ଫିରୋଜ ମହାପାତ୍ର, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଭାସ୍କର ପାତ୍ର, ରବୀନ୍ଦ୍ରନାଥ ଚୌଧୁରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ