କଟକ: ଛେଳି ଗୁହାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଫଳରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ୫୦ରୁ ଊର୍ଦ୍ଧ୍ୱ ଛେଳି । ଘଟଣା ଘଟିଛି ଘଟିଛି କଟକ ଜିଲ୍ଲା ଶିମିଳିପୁର ପଞ୍ଚାୟତ ଚାରିଘରିଆ ଗ୍ରାମରେ ।
ଗତକାଲି ରାତିରେ କେହି ଦୁର୍ବୃତ୍ତ ଚାରିଘରିଆ ଗାଁର ଭରତ ନାୟକଙ୍କ ଗୁହଳରେ ନିଆଁ ଲଗାଇ ଦେଇଥିଲା । ଗୁହାଳରୁ ଧୂଆଁ ବାହାରୁଥିବା ଦେଖି ଭରତ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ୫୦ ଅଧିକ ଛେଳି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାଛଡ଼ା ଅନେକ ଛେଳି ପୋଡିହୋଇ ଆହତ ମଧ୍ୟ ହୋଇଛନ୍ତି ।
ଭରତ ଛେଳି ବିକ୍ରି କରି ପରିବାର ପୋଷଣ କରନ୍ତି । ୫୦ ଅଧିକ ନିଆଁରେ ପୋଡ଼ି ମରିଯିବା ପରେ କିପରି ପରିବାର ପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ସରକାର ତାଙ୍କୁ କିଛି କ୍ଷତିପୂରଣ ପ୍ରଦାନ କରନ୍ତୁ ସେ ଦାବି କରିଛନ୍ତି ।