Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନସ୍ଥ ସ୍କୁଲ ମାନଙ୍କରେ ଚାଲିଥିବା ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ କେନଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍କୁଲରେ ଚାଲିଥିବା ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଉଦ୍‌ଯାପିତ ହୋଇଯାଇଛି। ସ‌ପ୍ତାହବ୍ୟାପୀ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରତ୍ୟହ ଶିକ୍ଷା ସମନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ କରି ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଜ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ। ସୋମ‌ବାର ଶିକ୍ଷଣ ସାମଗ୍ରୀ ଦିବସ ପାଳନ , ମଙ୍ଗଳବାର ଏଫ.ଏଲ.ଏନ. ଦିବସ ପାଳନ , ବୁଧବାର କ୍ରୀଡା ଦିବସ ପାଳନ , ଗୁରୁବାର ସାଂସ୍କୃତିକ ଦିବସ , ଶୁକ୍ରବାର ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳନ , ଶନିବାର ଇକୋ କ୍ଲବ ଓ ସ୍କୁଲ ପୋଷଣ ଦିବସ ପାଳନ ଏବଂ ଶେଷ ଦିବସରେ ଗୋଷ୍ଠୀ ସହ ଭାଗିତା ଦିବସ ଓ ଅତିଥି ଭୋଜନ ଦିବସ ଆୟୋଜିତ ହୋଇଥିଲା l ଏଥିରେ ଛାତ୍ରଛାତ୍ରୀ ଙ୍କ ଉତ୍ସlହ ପରିଲିକ୍ଷିତ ହୋଇଥିଲା I ଏହି ଶିକ୍ଷା ସପ୍ତାହ ପାଳନ ରେ କେନଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ