Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି:୩୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଙ୍କୁ ବୁଧବାର ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ସ୍କୁଲ ପକ୍ଷରୁ ଦିଆଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧକ୍ଷ୍ୟା ରିତା ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟ କୋକସରା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଇଓ କଲମପୁର ବ୍ଲକ ମଧୁସ୍ମିତା ନାୟକ, ଏବିଇଓ ତୋଫାନ ମାଝୀ,ଓଷ୍ଟା ସଙ୍ଘ ସମ୍ପାଦକ କୋକସରା ବ୍ଲକ ଶିକ୍ଷକ ସାମନ୍ତ ପାଟ୍ଟଯୋଶୀ,ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ଶ୍ରୀ ଦାସ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିବା ସହ କୋକସରା ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ଅନେକ ଛାତ୍ରଛାତ୍ରୀ ଙ୍କୁ ମଣିଷ କରି ଗଢିବା ସହ ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଭାବେ କଳାହାଣ୍ଡି ଜିଲ୍ଲାରେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିବା ସହ ଅବସର କାଳୀନ ସମ୍ବର୍ଦ୍ଧନା ଦେବାସହ ତାଙ୍କ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଶିକ୍ଷକ ଆଶିଷ ରଞ୍ଜନ ପଟେଲ, ନିରଞ୍ଜନ ନିଆଁଲ,ବବୃ ବାହାନ ଛାତ୍ରୀଆ,ସରୋଜ ସାହୁ,ଶିଵ ଶବର, ସୁଶିଳ କୁମାର ସାହୁ,ମୁକେଶ ମେହେର, ନିରୋଜ ବିଶ୍ୱାଳ, ରଞ୍ଜନ ନାଏକ, ଶିକ୍ଷୟିତ୍ରୀ ମାମିନା ଚୌଧୁରୀ,ସୁବାଶିନୀ ଦାସ, ସ୍ମୃତିମୟୀ ଦୁର୍ଗା ସମେତ ସରସ୍ୱତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା,.ପଙ୍କଜ ମୁଖ ଚୌଧୁରୀ, ମୋହନ ଦାସ,ସୁରଞ୍ଜନ ଦାସ,ଗରୁଡ଼ ବାଗ,ଗୁଣନିଧି ବାଗ, ପୂର୍ବତନ ସରପଞ୍ଚ କଂହେଇ ଚରଣ ଦାସ, ସଞ୍ଚୟ ଅଗ୍ରୱାଲ,ରବି ଦାସ, ବିରେନ୍ଦ୍ର ଦାସ,ସନ୍ତୋଷ ସାହୁ, ସନ୍ତୋଷ ଦାସ ସମେତ ସ୍କୁଲ କର୍ମଚାରୀ ଓ ଲଡୁଗାଁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ପରେ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସର ରେ ଉପସ୍ଥିତ ଅତିଥିମାନେ ମୋ ସ୍କୁଲ ଅଭିଯାନ ରେ ସଂଗ୍ରହୃତ ୯ଲକ୍ଷ ୪୫ ହଜାର ରେ ନିର୍ମାଣ ହୋଇଥିବା ଛାତ୍ରଛାତ୍ରୀ ଡାଇନିଂ ହଲ ଉଦଘାଟନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories