Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନଝରିଆ ପାଲି ଉଚ୍ଚ ବିଦ୍ୟାପୀଠ ରେ ଫାଇଲେରିଆ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେଂଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠ ଠାରେ ଫାଇଲେରିଆ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପିପୁଲ ଫୋରମ ଏନ ଜି ଓ ର ସ୍ବେଛାସେବୀ ରିଙ୍କୁ ଜଗଦଳା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଫାଇଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ ଅଗଷ୍ଟ ମାସରେ ସମସ୍ତେ କିପରି ଔଷଧ ସେବନ କରିବେ ସେଥିପାଇଁ ଶପଥ ପାଠ କରାଇଥିଲେ I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ , ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର , ଗୌରୀ ଶଙ୍କର ପୁଜାହାରୀ , ମିନକେତନ ରଣା , ସୁରେନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ସହକାରୀ ଶିକ୍ଷକ ଦୀନବନ୍ଧୁ ପଧାନ ଧନ୍ୟବାଦ ଅର୍ପଣ କରିବା ସହିତ ଫାଇଲେରିଆ ନିରାକାରଣ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ l