Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ? ଦିଲ୍ଲୀ ମୁହାଁ ରାଜ୍ୟ କଂଗ୍ରେସର ନେତା

ଭୁବନେଶ୍ୱର: କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । ପିସିସି ସଭାପତି ପାଇଁ ରାଜ୍ୟରେ ଲବି ଆରମ୍ଭ ହୋଇଛି। ଏବେ ଓଡିଶା କଂଗ୍ରେସ ନେତା ଦିଲ୍ଲୀ ମୁହାଁ ହୋଇଛନ୍ତି । ମୁରବି ଶୂନ୍ୟ ପିସିସିକୁ ଖୁବ୍ ଶୀଘ୍ର ମୁଖିଆ ମିଳିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଏଆଇସିସି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ଅବ୍ୟାହତି ଦେଇଥିଲା ।

ଖବର ଅନୁଯାୟୀ, ଓଡିଶାର କେତେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି। ଗୁରୁବାର ସକାଳୁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ଅବସରରେ ତାରା ପ୍ରସାଦ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କେତେକ ବରିଷ୍ଠ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ କିଏ ପିସିସିର ସଭାପତି ହେବେ ସେ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଜାରି ରହିଛି।

ରାଜ୍ୟରେ କଂଗ୍ରେସ ହାଇକମାଣ୍ଡ କାହା ଉପରେ ଭରସା କରିବେ ସେନେଇ ଟୁପ୍‌ଟାପ୍ ଚାଲିଛି। ପିସିସି ସଭାପତି ଦୌଡ଼ରେ ଅନେକ ବରିଷ୍ଠ ନେତା ରହିଥିବା ଜଣାପଡିଛି। ନିର୍ବାଚନରେ ପରାଜୟ ପରେ ଓଡିଶାରେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଯାଉଛି । ତେଣୁ ଦଳ ସାଂଗଠନିକ ସ୍ତରରେ ବଡ ଧରଣର ଅଦଳ ବଦଳ କରିବାକୁ ଯାଉଛି । ଏଥର ସାଧାରଣ ନିର୍ବାଚନରେ କଂଗ୍ରେସ ଗୋଟିଏ ଲୋକସଭା ସିଟ୍ ଜିତିବା ସହ ୧୪ ବିଧାନସଭା ସିଟ୍ ଜିତିବାକୁ ସକ୍ଷମ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ