କ’ଣ ଓଡିଶାରେ ଆରମ୍ଭ ହୋଇଗଲା ଖେଳ ? ବିଜେପିର ନୂଆ ଗଡ ରାଜ୍ୟସଭାରେ ସେଟ୍ କରିବ ନମ୍ବର ଗେମ !


ଭୁବନେଶ୍ଵର: ନିକଟରେ ସଂପନ୍ନ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସିଟ୍ ସଂଖ୍ୟା ହ୍ରାସ ହୋଇଥିଲେ ହେଁ ଓଡିଶା ଭାବେ ଦଳକୁ ଏକ ନୂତନ ଗଡ ମିଳି ଯାଇଛି । ବିଜେପି ଓଡିଶାରେ କେବଳ ଲୋକସଭା ସିଟ୍ ହାତେଇନି ବରଂ ପ୍ରଥମ ଥର ରାଜ୍ୟରେ ବିଜୟ ବାନା ଉଡାଇ ସରକାର ଗଢିଛି । ଓଡିଶା ଭାବେ ନୂତନ ଆଞ୍ଚଳିକ ଗଡକୁ ବ୍ୟବହାର କରି ବିଜେପି ଜାତୀୟ ରାଜନୀତିର ସମୀକରଣ ମଜବୁତ କରିବାକୁ ଅଣ୍ଟା ଭିଡିଛି ।

ବିଜେଡି ନେତୋ ମମତା ମହାନ୍ତ ରାଜ୍ୟସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ରାଜ୍ୟସଭା ଅଧ୍ୟକ୍ଷ ମଞ୍ଜୁର କରି ନେଇଛନ୍ତି । ମମତାଙ୍କ ଏହି ପଦକ୍ଷେପକୁ ବିଜେପିର ରାଜନୈତିକ ଗୋଟି ଚାଳନା ଭାବେ ଦେଖା ଯାଉଛି । ମହାନ୍ତ ୨୦୨୦ରେ ରାଜ୍ୟସଭା ସାଂସଦ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଛି । ମାତ୍ର ସେ ଦୁଇ ବର୍ଷ ପୂର୍ବରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ପଦକ୍ଷେପ ବିଜେପିକୁ ସିଧାସଳଖ ଫାଇଦା ମିଳିପାରେ ।

ଓଡିଶା ସେଟ୍ କରିବ ରାଜ୍ୟସଭାର ନମ୍ବର ଗେମ !

ମମତା ମହାନ୍ତଙ୍କ ଇସ୍ତଫାରେ ଖାଲି ହୋଇଥିବା ସିଟ୍ ଏବେ ନିର୍ବାଚନ ହେଲେ ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ଏହା ବିଜେପି ହାତକୁ ଯିବ । ରାଜ୍ୟରେ ମୋଟ୍ ୧୦ ରାଜ୍ୟସଭା ସାଂସଦ । ରାଜ୍ୟରେ ବିଜେପି କ୍ଷମତାସୀନ ହେଲେ ମଧ୍ୟ କେବଳ ରାଜ୍ୟସଭା ସାଂସଦ ଜଣେ ହିଁ ରହିଛନ୍ତି । ବାକି ସବୁ ବିଜେଡିର । ମାତ୍ର ଏବେ ଯେଉଁ ନିର୍ବାଚନ ହେବ ସଂଖ୍ୟାବଳ ଆଧାରରେ ବିଜେପି ଅନେକ ସାଂସଦଙ୍କୁ ଓଡିଶାରୁ ରାଜ୍ୟସଭା ପଠାଇ ପାରିବ ।

ମମତା ମହାନ୍ତଙ୍କ ଇସ୍ତଫାକୁ ଓଡିଶାରେ ବିଜେପିର ରାଜନୈତିକ ଗୋଟିଚାଳନା ବୋଲି କୁହାଯାଉଛି । କୁହାଯାଉଛି ଆଗାମୀ ଦିନରେ ମମତା ବିଜେପିରେ ସାମିଲ ହୋଇ ପାରନ୍ତି । ପ୍ରଶ୍ନ ଉଠୁଛି ଏମିତି ରାଜନୀତିର କାରଣ କଣ ହୋଇପାରେ । ବିଜେପି ଲୋକସଭାରେ ନିଜର ବହୁମତ ନ ଥିବାରୁ ଏନଡିଏ ଭରସାରେ ସରକାର ଚଳାଉଛି । ଏନଡିଏକୁ ମିଶାଇ ଲୋକସଭାରେ ସଂଖ୍ୟା ବଳ ରହିଛି । କିନ୍ତୁ ରାଜ୍ୟସଭାରେ ସିଟ୍ ଆଧାରରେ ପେଞ୍ଚ ଫସିପାରେ । ତେଣୁ ଦଳ ଲୋକସଭାରେ ଯେମିତି ଓଡିଶା କେନ୍ଦ୍ରୀୟ ବିଜେପିକୁ ବଳ ଦେଇଛି ଠିକ୍ ସେହିପରି ଓଡିଶାରୁ ଅଧିକ ରାଜ୍ୟସଭା ପଠାଇବାକୁ ବିଜେଡି ବଡ ଯୋଜନା କରିଛି ।

ମମତା ମହାନ୍ତଙ୍କ ଇସ୍ତଫା ପରେ ୨୦୨୬ ଏପ୍ରିଲ ୨ରେ ବିଜେଡିର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । କାରଣ ମମତାଙ୍କ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଥିଲା । ତାଙ୍କ ବାଦ୍ ଅନ୍ୟ ୩ ହେଉଛନ୍ତି ସୁଜିତ କୁମାର, ମୁନ୍ନା ଖାଁ ଓ ନିରଞ୍ଜନ ବିଶି । ଅନ୍ୟ ୩ରୁ ଅନ୍ତତଃ ବିଜେପି ଖାତାକୁ ୨ ଯିବ । ଏମିତି ହେଲେ ୨୦୨୬ରେ ଓଡିଶାରୁ ବିଜେପିର ୪ ସଦସ୍ୟ ରାଜ୍ୟସଭାରେ ରହିବେ । ସେପଟେ ବିଜେଡିର ସଦସ୍ୟ ସଂଖ୍ୟା ୬କୁ ଖସି ଆସିବ । ସେମିତିରେ ଲୋକସଭାରେ ଦଳ ଖାତା ଖୋଲି ପାରିନି । ରାଜ୍ୟସଭାରେ ସ୍ଥିତି ଏମିତି ହେଲେ ଦଳ ଜାତୀୟ ରାଜନୀତିରେ ନିଜର ଅସ୍ଥିତ୍ୱ ହରାଇବାକୁ ବେଶି ସମୟ ଲାଗିବନି । ଆଉ ବିଜେପି ଓଡିଶାରେ ଏବେ ରାଜନୈତିକ ଗୋଟିଚାଳନା କରିବା ସହ ଜାଲ ବିଛାଇବା ଆରମ୍ଭ କରିଛି ।