Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜରେ ଅଧ୍ୟାପକ କୁଞ୍ଜବନ ମେହେର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ମହାବିଦ୍ୟାଳୟ ରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ଅଧ୍ୟାପକ କୁଞ୍ଜବନ ମେହେର ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ୨୦୦୪ ମସିହାରେ ଉକ୍ତ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ରୂପେ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୩୦ବର୍ଷ ସେ ଏଠାରେ ଅଧ୍ୟାପନା କରି ଆସୁଥିଲେ। ଏହି ଉପଲକ୍ଷେ କଲେଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ପରିଚାଳନା ପରିଷଦର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ , ଇଂରାଜୀ ବିଭାଗର ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଝାରୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଅଧ୍ୟାପକ ଶ୍ରୀ ମେହେରଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ । କଲେଜର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କ ମଧ୍ୟରୁ ଶିବକୁମାର ପୁରୋହିତ, ସୀମାରାଣୀ ବେହେରା , ବିଜୟ କୁମାର ପ୍ରଧାନ , ଡ. ଶିଶିର ବଣିଆ , ଯଜ୍ଞେଶ୍ବର ବିଶି , ବିଜୟ କୁମାର ପୁରୋହିତ, ସୁନୀଲ କୁମାର ତ୍ରିପାଠୀ , ନରେନ୍ଦ୍ର ଝା , ସ୍ମୃତିରଞ୍ଜନ ଭରାସାଗର , ବଳରାମ ଶତପଥୀ , ଗୌରାଙ୍ଗ ଜଗଦଲା ପ୍ରମୁଖ ତାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ। ପ୍ରତିଉତ୍ତରରେ ଅଧ୍ୟାପକ ଶ୍ରୀ ମେହେର ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରିବା ସହିତ ଆଜୀବନ ବୀରମହାରାଜପୁର ମହାବିଦ୍ୟାଳୟ ପାଇଁ ଉତ୍ସର୍ଗିକୃତ ହୋଇ ରହିବେ ବୋଲି କହିଥିଲେ। ଅଧ୍ୟାପିକା ହରପ୍ରିୟା ମହାପାତ୍ର ସଭା ସଂଯୋଜନା କରିଥିବାବେଳେ ଡ. ବନ୍ଦିତା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ତାଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ଉଲେଖଯୋଗ୍ୟଯେ କୁଞ୍ଜ ବନ ୧୯୮୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବୀରମହାରାଜପୁର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ