Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନଝରିଆ ପାଲି ଗ୍ରାମ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମପଂଚାୟତ ପରିସରରେ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧ ଅକଟୋବର ୨0୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଅବଧି ସମୟ ମଧ୍ୟରେ କେନଝିରିଆପାଲି ଗ୍ରାମପଂଚାୟତରେ ହୋଇଥିବା MGNREGS କାର୍ଯ୍ୟ ଗୁଡିକର ସାମାଜିକ ସମୀକ୍ଷା ବୈଠକ କରାଯାଇଥିଲା l ଉକ୍ତ ବୈଠକରେ ପଂଚାୟତ ର ସରପଞ୍ଚ ଶ୍ରୀ ମତୀ ସସ୍ମିତା ଦୀପ , ପି ଇ ଓ ଶ୍ରୀ ଅକ୍ଷୟ ଭୋଇ , ଏ ଡି ଇ ଓ ପ୍ରଶାନ୍ତ କୁମାର ପଣ୍ଡା ଓ ଗ୍ରାମପଂଚାୟତ ର ସମସ୍ତ ୱାର୍ଡର ସଭ୍ୟ-ସଭ୍ୟl , ଏମ ଵି କେ ଶ୍ରୀମତୀ ଗୀତାଞ୍ଜଳି ଜେନା ସମସ୍ତ ସି ଆର ପି /ଭି ଆର ପି ଅଣ କୁଶଳି ଶ୍ରମିକ ବିଭିନ୍ନ ଏସ ଏଚ ଜି ଗ୍ରୁପର ସଦସ୍ୟ ସଦସ୍ୟl ପ୍ରମୁଖ ଉପସ୍ଥିତ ରହି ଥିଲେ I ଅଣକୁଶଳୀ ଶ୍ରମିକ ମାନଙ୍କ ମଧ୍ୟରୁ କାର୍ତ୍ତିକ ବାଦୀ ଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା l ଭି ଆର ପି ଶ୍ରୀମତୀ ଯଶୋବନ୍ତି ପଧାନ ଓ ସୁଷମା ପଧାନ ସମୀକ୍ଷା କରିଥିବା ପ୍ରକଳ୍ପ ଗୁଡିକର ସବିଶେଷ ବିବରଣୀ ପଠନ କରିଥିଲେ ଓ କାର୍ଯ୍ୟ ଗୁଡିକ ସୁଚାରୁରୂପେ ହୋଇଥିବା ସଭାରେ ମତ ପ୍ରକାଶ ପାଇଥିଲା l ଶେଷରେ ଏମ ଵି କେ ଗୀତାଞ୍ଜଲି ଜେନା ଧନ୍ୟବାଦ ଅର୍ପଣ କରିଥିଲେ I