ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ


କଟକ: ସିଡିଏ ଅଞ୍ଚଳରେ ଚ୍ୟାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କ ଆତ୍ମହତ୍ଯା ଉଦ୍ଯମକୁ ନେଇ ସାରା କଟକ ସ୍ତବ୍ଧ । ଆତ୍ମହତ୍ଯା ଉଦ୍ଯମ କରିଛନ୍ତି ଦମ୍ପତି ଏବଂ ତାଙ୍କ ପୁଅ । ବନ୍ଦ ଘରୁ ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଏସସିବିରେ ଭର୍ତ୍ତି କଲା ପୋଲିସ ।
ବାପା ମାଆଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ପୁଅ ସାମାନ୍ଯ ସୁସ୍ଥ ଥିବା ଜଣାପଡ଼ିଛି । ସଂକଟାପନ୍ନ ବାପାମାଆ ହେଲେ ଉମାଚରଣ ପଣ୍ଡା ଏବଂ ସରୋଜିନୀ ପଣ୍ଡା । ପୁଅ ସୌମ୍ୟରଞ୍ଜନ ପଣ୍ଡା ସୁସ୍ଥ ଥିବା ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ । ଋଣ ଭାର ଯୋଗୁଁ ସମସ୍ତେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।