Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜରାଜୀର୍ଣ୍ଣ ଅବସ୍ଥାରେ ଭୁତିଆ ପାଲି ଯାତ୍ରୀ ବିଶ୍ରାମାଗାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଭୁତିଆପାଲି ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ବୀରମହାରାଜପୁର – ଅମର ପାଲି ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ଏହି ଛକରେ ବହୁ ବର୍ଷ ତଳେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଥିଲା । ଏଠାରେ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସକୁ ଅପେକ୍ଷା କରୁଥିଲେ I କିନ୍ତୁ ପାଖଦେଇ ଯାଇଥିବା ରାସ୍ତା ନିର୍ମାଣ ଯୋଗୁଁ ଉଚ୍ଚ ହେଲା । ଏହା ଫଳରେ ଏହି ଯାତ୍ରୀ ବିଶ୍ରାମାଗାର ନୀଚରେ ରହିବା ଯୋଗୁଁ ସାମନ୍ୟ ବର୍ଷା ହେଲେ ଏହା ଭିତରେ ପାଣି ଜମି ରହିଥିବା ଯୋଗୁଁ ଏହାର ବ୍ୟବହାର ଅନୁପଯୋଗୀ ହୋଇ ପଡିଛି । ଅନ୍ୟ ସମୟରେ ନିଶାସକ୍ତ ଙ୍କ ଆଡ଼ାସ୍ଥଳ ପାଲଟିଛି । ଲୋକେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସକୁ ଖରା , ବର୍ଷା , ଶୀତ କାକର ରେ ବାହାରେ ଅପେକ୍ଷା କରିବାକୁ ପଡୁଛି।  ବ୍ଳକରେ ଲକ୍ଷ୍ମୀ ବସ ଚାଲିବା ପୂର୍ବରୁ ବିଭିନ୍ନ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଉନ୍ନତିକରଣ ହୋଇଥିବା ବେଳେ ନୂତନ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଛି । ସ୍ଥାନୀୟ ପ୍ରଶାସନ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଯାତ୍ରୀ ବିଶ୍ରାମାଗାରଟିର ନିର୍ମାଣ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।