Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟେସିଂହା ରୁ ଖମାର ମଠ ରାସ୍ତା ପାଣି କାଦୁଅରେ ପଚପଚ ଯୋଗୁଁ ପର୍ଯ୍ୟଟକ ଙ୍କ ଭାଳେଣି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର ଠାରୁ ବଡ଼ଖମାର ମଠ କୁ ସଂଯୋଗ କରୁଥିବା ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ରାସ୍ତା ଉପରେ ଚାଲି ଚାଲି ବି ଯିବା କଷ୍ଟକର ହୋଇ ପଡୁଛି । ଦୁଇ ଦିନ ତଳେ କିଛି ପର୍ଯ୍ୟଟକ ବରାହପଦର ମଠ କୁ ଦର୍ଶନ ପାଇଁ ଆସିଥିଲେ। ରାସ୍ତା ର ଏଭଳି ଅବସ୍ଥା ଦେଖି ଫେରିଯାଇଥିଲେ। ଛାତ୍ରଛାତ୍ରୀ ଙ୍କ କଥା କହିଲେ ନସରେ , ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା ସମୟରେ ଏହି ରାସ୍ତା ପାଇଁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ଯିବାଆସିବା କରିଥାନ୍ତି। ସ୍ଥାନୀୟ ଜନସାଧାରଣ ବାଧ୍ୟ ହୋଇ ଏହି ଦୟନୀୟ କାଦୁଅ ରାସ୍ତା ଦେଇ ଯିବା ଆସିବା କରନ୍ତି ।‌ କିଛି ଦିନ ତଳେ ଏହି ରାସ୍ତାରେ କାଦୁଅ ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଏହି ରାସ୍ତା ଉପରେ ଚାରି ଗୋଟି ପଞ୍ଚାୟତ ଜନସାଧାରଣ ନିର୍ଭର କରିଥାନ୍ତି। ଏଠାରେ ଖମା ର ମଠ ନାମରେ ଏକ ଧର୍ମପୀଠ ଥିବାରୁ ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକ ପ୍ରତ୍ୟହ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ଯୁଦ୍ଧ କାଳୀନ ଭିତରେ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ