ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଆଜି ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ରାମଚନ୍ଦ୍ର ମହାକୁର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବିଲ୍ ପାସ୍ ପାଇଁ ଶନିବାର ୧୧ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ସୁଧାଂଶୁକୁ ମାଡ଼ି ବସିଥିଲା । ଫାର୍ମ ପୋଖରୀ ର ମାଷ୍ଟର ରୋଲ୍ ପ୍ରସ୍ତୁତ କରିବାକୁ ରାମ ଚନ୍ଦ୍ର ଙ୍କ ଠାରୁ ୧୧ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା । ତେବେ ସେହି ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇ ଥିବା ବେଳେ ଭିଜିଲାନ୍ସ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି । ତାହା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଧାଂଶୁ ଶେଖର ରଣାଙ୍କ ଅଫିସ ଓ ବାସଭବନ ଚଢାଉ କରିଛି ଭିଜିଲାନ୍ସ।