ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ନିରନ୍ତର ଭଲ ପ୍ରଦର୍ଶନ କରୁଛିଏବଂ ସବୁଠୁ ଦ୍ରୁତ ଗତିରେ ବିକାଶ କରୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ଦେଶ ଭାବେ ଗଣନା କରାଯାଉଛି । ଏହାରି ଦମରେ ଭାରତ ସରକାର ସମେତ ଅନେକ ଏଜେନ୍ସି ଭାବୁଛନ୍ତି ଯେ, ଆଗାମୀ କିଛି ବର୍ଷରେ ଭାରତର ଅର୍ଥବ୍ୟବସ୍ଥା ଆମେରିକାକୁ କଡା ଟକ୍କର ଦେବ । ଏହା ସତ୍ତ୍ୱେ ବି ଭାରତ ସମ୍ମୁଖରେ ଅନେକ ଆହ୍ୱାନ ରହିବ । ତେବେ ବିଶ୍ୱ ବ୍ୟାଙ୍କର ରିପୋର୍ଟ କିଛି ଅଲଗା କହୁଛି । ରିପୋର୍ଟରେ ଭାରତକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ।
ଲାଗିଯିବ ୭୫ ବର୍ଷ
ବିଶ୍ୱ ବ୍ୟାଙ୍କର ଏକ ସଦସ୍ୟତମ ରିପୋର୍ଟକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛି । ବିଶ୍ୱ ବ୍ୟାଙ୍କର ‘ୱାର୍ଲଡ ଡେଭଲପମେଣ୍ଟ ରିପୋର୍ଟ ୨୦୨୪:ଦ ମିଡିଲ ଇନକମ ଟ୍ରାପ‘ରେ ଏହି ଆଶଙ୍କା ସୃଷ୍ଟି ହୋଇଛି ଯେ, ଭାରତ ମିଡିଲ ଇନକମ ଟ୍ରାପରେ ଫସିପାରେ । ଏହାରି ପ୍ରଭାବରେ ଭାରତ ଆଗାମୀ ୭୫ ବର୍ଷରେ ବି ମୁଣ୍ଡ ପିଛା ଆୟ ମାମଲାରେ ଆମେରିକାର ସମକକ୍ଷ ହୋଇ ପାରିବ ନାହିଁ । ବିଶ୍ୱ ବ୍ୟାଙ୍କ ଅନୁସାରେ ଭାରତର ମୁଣ୍ଡ ପିଛା ଆୟ ମାମଲାରେ ଆମେରିକାର ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବୋଧହୁଏ ୭୫ ବର୍ଷ ଲାଗିପାରେ ।
ଚୀନକୁ ଆହୁରି ୧୦ ବର୍ଷ
ବିଶ୍ୱ ବ୍ୟାଙ୍କ ଅନୁ୍ଯାୟୀ, ଭାରତ ଦୁନିଆର ୧୦୦ରୁ ଅଧିକ ଏମିତି ଦେଶ ତାଲିକାରେ ସାମିଲ, ଯାହାଙ୍କ ଉଚ୍ଚ ଆୟ ବିଶିଷ୍ଟ ଦେଶ ତାଲିକାରେ ସାମିଲ ହେବା ବହୁତ ମୁସ୍କିଲ । ଆଗାମୀ କିଛି ଦଶନ୍ଧି ପର୍ଯ୍ୟନ୍ତ ଭାରତକୁ ଉଚ୍ଚ ଆୟ ବିଶିଷ୍ଟ ଦେଶ ତାଲିକାରେ ସାମିଲ ହେବା ପାଇଁ ଅନେକ ଗୁରୁତର ଆହ୍ୱାନକୁ ଅତିକ୍ରମ କରିବାକୁ ପଡିବ । ଅନ୍ୟ ପକ୍ଷେ ଆମେରିକାର ମୁଣ୍ଡ ପିଛା ଆୟର ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚୀନକୁ ମାତ୍ର ୧୦ ବର୍ଷ ସମୟ ଲାଗିବ । ଇଣ୍ଡୋନେସିଆକୁ ଏହି ସ୍ତରରେ ପହଞ୍ଚିବା ପାଇଁ ୭୦ ବର୍ଷ ଲାଗିଯିବ । ନୀତି ଆୟୋଗ ମଧ୍ୟ ଗତ ମାସରେ ଜାରି ନିଜର ଏକ ରିପୋର୍ଟରେ ଭାରତ ମୁଣ୍ଡ ପିଛା ଆୟ ଜାଲରେ ଫସିବାର କଥା ଉଲ୍ଲେଖ କରିଥିଲା ।
କଣ ଏହି ମିଡିଲ ଇନକମ ଟ୍ରାପ ?
ମିଡିଲ ଇନକମ ଟ୍ରାପ ବିଷୟରେ ଐତିହାସିକ ତଥ୍ୟରୁ ହିଁ ଜଣା ପଡେ । ବିଶ୍ୱ ଅର୍ଥବ୍ୟବସ୍ଥାର ଗତ ୫୦ ବର୍ଷର ତଥ୍ୟ ଦର୍ଶାଉଛି ଯେ, ଯେବେ କୌଣସି ଦେଶ ଆମେରିକାର ବାର୍ଷିକ ମୁଣ୍ଡ ପିଛା ଜିଡିପିର ୧୦ ପ୍ରତିଶତ ସ୍ତରରେ ପହଞ୍ଚେ ତେବେ ଏହା ପରେ ଏକ ଏକ ଜାଲରେ ଫସିଯାଏ । ବିଶ୍ୱ ବ୍ୟାଙ୍କ ହିସାବରେ ଆମେରିକାର ବାର୍ଷିକ ମୁଣ୍ଡ ପିଛା ଜିଡିପିର ୧୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚୁଥିବା ଦେଶକୁ ମିଡିଲ ଇନକମ ଦେଶ କୁହାଯାଏ । ଏବେ ଏହାର ସ୍ତର ୮୦ ହଜାର ଡଲାର ଅର୍ଥାତ ପାଖାପାଖି ୬୭ ଲକ୍ଷ । ଅର୍ଥାତ ଜଣେ ବ୍ୟକ୍ତିଙ୍କ ବାର୍ଷିକ ମୁଣ୍ଡ ପିଛା ଆୟ ୬୭ ଲକ୍ଷ ହେଲେ ହିଁ ଆମେରିକାର ଏହି ସ୍ତରରେ ପହଞ୍ଚି ହେବ ।