Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ଗାୟକ ଆଲୋକ ବେହେରାଙ୍କ ମାତୃ ବିୟୋଗ

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଚିପିଲିମା ପୁରୁଣା ମାର୍କେଟର ସ୍ବର୍ଗତ ବନମାଳୀ ବେହେରାଙ୍କ ଧର୍ମପତ୍ନୀ ତଥା ବିଶିଷ୍ଟ ଗାୟକ ଆଲୋକ ବେହେରାଙ୍କ ମାଆ ଦୁହିତା ବେହେରାଙ୍କ ୭୦ବର୍ଷ ବୟସରେ ହୃଦ ଘାତରେ ବିୟୋଗ ଘଟିଥିବା ଜଣାପଡିଛି l ଏନେଇ ଖବରପାଇ ପରିବାରବର୍ଗ, ବନ୍ଧୁ ପ୍ରିୟଜନ, ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଶଯ୍ୟା ନିକଟରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ତାଙ୍କର ୫ପୁଅ ଓ ୨ଝିଅ ଥିବାବେଳେ ଚିପିଲିମାସ୍ଥିତ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କ ପୁଅ ଟିଟୁ ବେହେରା ମୁଖାଗ୍ନି ଦେଇଥିଲେ l ପ୍ରକାଶ ଥାଉକି ମହିଳା ଜଣକ ଧାର୍ମିକ, ସରଳ, ମେଳାପୀ ବ୍ୟକ୍ତିଥିବାବେଳେ, ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ