ନୂଆଦିଲ୍ଲୀ: ବାଂଲାଦେଶରେ ହୋଇଥିବା କ୍ଷମତା ଅପସାରଣ ପରେ ସ୍ଥିତି ଉପରେ ଭାରତର ତୀକ୍ଷ୍ମ ନଜର ରହିଛି । ବାଂଲାଦେଶ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଏବଂ ରଣନୀତି କଣ ରହିଛି ସର୍ବଦଳୀୟ ବୈଠକରେ ବିରୋଧୀ ନେତାଙ୍କୁ ଅବଗତ କରାଇଛନ୍ତି । ସରକାର ଜଣାଇଛନ୍ତି ଯେ, ଏବେ ଭାରତରେ ୧୨ ହଜାରରୁ ୧୩ ହଜାର ଭାରତୀୟ ରହିଛନ୍ତି । ଦେଶରେ ସ୍ଥିତି ଏତେ ଭୟାବହ ଯେ, ନିଜ ନାଗରିକଙ୍କୁ ସେଠାରୁ ମୁକୁଳାଇବାକୁ ପଡିଛି ।
ବୈଠକରେ କେନ୍ଦ୍ର ସରକାର ଜଣାଇଛନ୍ତି ଯେ, ବାଂଲାଦେଶର ପ୍ରତିଟି ସ୍ଥିତି ଉପରେ ନଜର ରଖାଯାଇଛି । ଯାହା ବି ସ୍ଥିତି ରହିବ ସେ ବିଷୟରେ ବିରୋଧୀଙ୍କୁ ଜଣାଇ ଦିଆଯିବ । ସେଠାରୁ ୮ ହଜାର ଭାରତୀୟ ଛାତ୍ର-ଛାତ୍ରୀଙ୍କୁ ଫେରାଇ ଅଣାଯାଇଛି । ବାକି ଲୋକଙ୍କୁ ଉଦ୍ଧାର କରାଯିବାର ଏବେ ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର କହିଛନ୍ତି ଏ ପର୍ଯ୍ୟନ୍ତ ଶେଖ ହସିନାଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପରେ ବିରୋଧୀ ସନ୍ତୁଷ୍ଟ ଅଛନ୍ତି ।
ଏହି ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଜୟଶଙଯକର ସରକାରଙ୍କ ପକ୍ଷ ରଖିଥିଲେ । ଏଥିସହ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସପା ସାଂସଦ ରାମ ଗୋପାଲ ଯାଦବଙ୍କ ସମେତ ସମସ୍ତ ବିରୋଧୀ ଦଳ ନେତା ସାମିଲ ଥିଲେ ।
ବୈଠକରେ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ଯେ, କଣ ବାଂଲାଦେଶର ଏହି ସ୍ଥିତି ପାଇଁ ବିଦେଶୀ ହାତ ରହିଛି । ଭାରତର ଏହି ସ୍ଥିତିକୁ ନେଇ କଣ କିଛି ଦୀର୍ଘମିଆଦି ରଣନୀତି ରହିଛି । ବାଂଲାଦେଶର ନୂତନ ସରକାରକୁ ନେଇ ଭାରତର ଆକ୍ସନ ପ୍ଲାନ କଣ ରହିଛି ? ବୈଠକ ସମୟରେ ଅନ୍ୟ ପାର୍ଟିର ନେତା ମଧ୍ୟ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ରହିଛୁ ।