Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନଝରିଆ ପାଲି ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆୟୁଷ ମେଡିକାଲ ଅଫିସର ଡକ୍ଟର ନିରୁପମା ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ସମସ୍ତ ବର୍ଗ ର ରୋଗ ଯଥା ଉଚ୍ଚ ରକ୍ତଚାପ , ମଧୁମେହ , ଥଣ୍ଡା , କାଶ , ମ୍ୟାଲେରିଆ , ଥଣ୍ଡା ଜ୍ଵରର ଚିକିତ୍ସା କରିଥିଲେ I ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ପରୀକ୍ଷା କରାଯାଇ ରୋଗୀ ମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା l ଆରୋଗ୍ୟ ଶିବିର ରେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ ଓ ଅଳକା ମହାକୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅଞ୍ଜଳି ବାଘ ସମେତ ସମସ୍ତ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିଲେ l