Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡାପାଲ ଗାଁ ମୁଣ୍ଡ ସାମାନ୍ୟ ବର୍ଷl ରେ ଆଣ୍ଠୁଏ ପାଣି ଜମା ରହୁଥିବାରୁ ଲୋକେ ନିଜ ନିଜ ଘରକୁ ଯିବା ଆସିବା କରିବା କଷ୍ଟକର

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଂଚାୟତ ମାଣିକପୁର ଗାଁ ମୁଣ୍ଡ ଦେଇ ପୂର୍ତ୍ତ ବିଭାଗ ରାସ୍ତା ଯାଇଛି । ଉକ୍ତ ରାସ୍ତା କର୍ଡାପାଲ ଗ୍ରାମ ରୁ ବିରମହlରାଜପୁର କୁ ସଂଯୋଗ କରୁଥିବାବେଳେ ରାସ୍ତା ନବୀକରଣ ପରେ ରାସ୍ତାଟି ଏକ ଫୁଟ ରୁ ଅଧିକ ଉଚ୍ଚ ହେବା ଯୋଗୁଁ ଗାଁ ର ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ନାମ ମଣ୍ଡପ ପାଖ ଗଳିରେ ଜମି ରହୁଛି । ରାସ୍ତା ନବୀକରଣ ପୂର୍ବରୁ ବର୍ଷାଜଳ ଅପର ପାର୍ଶ୍ଵରେ ଥିବା କୃଷି କ୍ଷେତ୍ର ଆଡ଼କୁ ଯାଉଥିଲା । ତେବେ ନବୀକରଣ ପରେ ଏଠାରେ ବର୍ଷା ଜଳ ନିଷ୍କାସନ ନେଇ ସମସ୍ୟା ଦେଖାଦେଇଛି। ତିଆରି ହୋଇଥିବା ଡ୍ରେନ ସବୁ ସମୟରେ ଆବର୍ଜନା ଭର୍ତ୍ତି ହୋଇରହୁଥିବା ବେଳେ ତହିଁରେ ଆଉ ବର୍ଷା ଜଳ ନିଷ୍କାସିତ ହୋଇପାରୁ ନାହିଁ । ପୂର୍ବରୁ ଯାଉଥିବା କୃଷିକ୍ଷେତ୍ର ଆଡ଼କୁ ଆଉ ପାଣି ଯାଇ ନ ପାରି ସେଠାରେ ହିଁ ଜମିରହୁଛି। ଫଳରେ ବର୍ଷା ଦିନେ ଆଣ୍ଠୁଏ ପାଣି । ସାପ ଆଦି ସରୀସୃପ ଜୀବ ମଧ୍ୟ ପାର୍ଶ୍ୱରେ ଥିବା ଘରଗୁଡିକୁ ପ୍ରବେଶ କରିବାର ଭୟ ସୃଷ୍ଟି ହୋଇଛି। ବହୁଦିନ ଧରି ପାଣି ଜମି ରହୁ ଥିବା ରୁ ମଶା ମାଛି ର ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଛି ଏବଂ ଦୁର୍ଗନ୍ଧ ମଧ୍ୟ ହେଉଛି। ବର୍ଷା ସମୟରେ ଏହି ବାଟ ଦେଇ ଲୋକ ମାନେ ଘରକୁ ଯିବା ଆସିବା କରିବା ମୁସ୍କିଲ ହୋଇପଡିଛି। ତେଣୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀ ପ୍ରଶାସନ ଠାରେ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ