Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିମରୁ ଫେରୁଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର: ବାଲିଆପାଳ ନିକଟରେ ଜଣେ ଯୁବକଙ୍କ ଉପରକୁ ହୋଇଛି ଗୁଳିମାଡ଼ । ଯୁବକ ଜଣଙ୍କ ଜିମରୁ ଫେରୁଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବକ ଜଣଙ୍କ ଜିମ୍‌ରୁ ନିଜ ଘରକୁ ଫେରୁଥିଲେ । ବାଲିଆପାଳ ନିକଟରେ ୪ ଜଣ ଦୁର୍ବୃତ୍ତ ବୁଲେଟ୍‌ରେ ଆସି ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ସ୍ଥାନୀୟ ଲୋକେ ଯୁବକଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories