Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛିଡ଼ା ହୋଇଥିବା ଯାତ୍ରୀବାହୀ ବସକୁ ପିଟିଲା ଟ୍ରଲର ଅଳ୍ପକେ ବର୍ତ୍ତୀଲେ ବସ ଡ୍ରାଇଭର ଓ ଯାତ୍ରୀ

ଝାରସୁଗୁଡା ୮/୮ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ କୁ ବିପରିତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର ଗାଡ଼ି ଧକ୍କା ମାରିଥିଲା । ଫଳରେ ଯାତ୍ରୀବାହୀ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇ ଯାଇଥିବା ବେଳେ ବସ ଡ୍ରାଇଭର ଓ ଯାତ୍ରୀମାନେ ସୌଭାଗ୍ୟ ବଶତଃ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଦୁର୍ଘଟଣା ଘଟାଇବା ପରେ ଉକ୍ତ ଟ୍ରଲର ଗାଡ଼ିଟି ଫେରାର ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ମହାସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଅଟକାଇ ଗାଡ଼ି ସହ ଡ୍ରାଇଭରକୁ ପୁଲିସ ଜିମାରେ ଦେଇଥିଲେ ।
ସୂଚନା ମତେ ବୁଧବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଛତିଶଗଡ଼ ରାୟଗଡ଼ ରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଜାମଗାଁ ବସଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କୁ ଉଠାଇବା ପାଇଁ ଛିଡ଼ା ହୋଇଥିଲା । ଏହି ସମୟରେ ବିପରିତ ଦିଗରୁ ଆସିଥିବା ଓଡି-୨୩-ଆର-୦୩୫୯ ନମ୍ବର ବିଶିଷ୍ଟ ଏକ ଟ୍ରଲର ଗାଡ଼ି ଦ୍ରୁତ ଗତିରେ ଆସି ଛିଡ଼ା ହୋଇଥିବା ଉକ୍ତ ଯାତ୍ରୀବାହୀ ବସକୁ କଟ ମାରିବାରୁ ଟ୍ରଲରର ଲୁହା ଡାଲାରେ ବସର ସମ୍ମୁଖ ଭାଗରେ ଧକ୍କା ମାରି ଫେରାର ହୋଇ ଯାଉଥିଲା । ଏ ସମ୍ପର୍କରେ ରେଙ୍ଗାଲି ଥାନାକୁ ଖବର ଦେବା ସହ ସ୍ଥାନୀୟ ଲୋକେ ଉକ୍ତ ଟ୍ରଲର କୁ ପିଛା କରିଥିଲେ ଏବଂ ମହାସିଂ ପେଟ୍ରୋଲ ପମ୍ପ ନିକଟରେ ଥିବା ବୁଲାଣିରେ ଅଟକ ରଖି ଟ୍ରଲର ସହ ଡ୍ରାଇଭର କୁ ପୁଲିସ ଜିମାରେ ଦେଇଥିଲେ । କିନ୍ତୁ ବହୁତ ଦୁଃଖର ବିଷୟ ଯେ ନିଶାଶକ୍ତ ଅବସ୍ଥାରେ ବେପରୁଆ ଦ୍ରୁତଗତିରେ ଟ୍ରଲର ଡ୍ରାଇଭର ଙ୍କ ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।ରେଙ୍ଗାଲି ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରଲର କୁ ଜବତ କରିବା ସହ ନିଶାଶକ୍ତ ଡ୍ରାଇଭରକୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଆଶୁତୋଷ ମହାନ୍ତି ପ୍ରକାଶ କରିଛନ୍ତି ।

More Stories