Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଆଶ୍ରମ ସାଧିସନ୍ଥଙ୍କ ନବାନ୍ନ ପାଇଁ ପ୍ରସ୍ତୁତି ବୈଠକ

ଝାରସୁଗୁଡା ୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମର ମହିମା ଧର୍ମାଲମ୍ବୀ ସାଧିସନ୍ଥଙ୍କ ୨୮ତମ ନବାନ୍ନ ମହୋତ୍ସବ ପାଳନ ଉପଲକ୍ଷେ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଞ୍ଚଗାଁ ବିଜାପାଲି ମହିମା ଆଶ୍ରମର ସାଧୁ ଚିତ୍ରସେନ ଦାସ ମହୋଦୟ ଅଧ୍ୟକ୍ଷତା କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହିମା ଆଶ୍ରମରେ ନବାନ୍ନ ମହୋତ୍ସବକୁ କିଭଳି ଭାବେ ପାଳନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା ଏବଂ ଚଳିତ ଅଗଷ୍ଟ ୧୮ ତାରିଖ ସଂଧ୍ୟା ଗୋଧୂଳି ମୁହୂର୍ତ୍ତରୁ ଚତୁର୍ଦଶୀ ପାଳନ ଏବଂ ୧୯ ତାରିଖ ଶୁଭ ମୁହୂର୍ତ୍ତ ସକାଳ ୮ ଟା ସମୟରେ ସାଧୁସନ୍ଥ ମାନଙ୍କ ନବାନ୍ନ ଭକ୍ଷଣ ମହୋତ୍ସବ ପାଳନ ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ଏଥିସହ ପଞ୍ଚଗାଁ, ବିଜାପାଲି ମହିମା ଆଶ୍ରମ ଅଞ୍ଚର ସମସ୍ତ ସାଧୁସନ୍ଥ, ମହିମା ଧର୍ମାଲମ୍ବୀ ଭକ୍ତବୃନ୍ଦ ଉକ୍ତ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ମହିମା ଆଶ୍ରମ ପକ୍ଷରୁ କୁହାଯାଇଛି । ଆଜିର ବୈଠକରେ ସାଧୁ ସ୍ୱରୁପ ଦାସ,ସାଧୁ ଅଭୟ ଦାସ,ସାଧୁ ହରିହରି ଦାସ,ସାଧୁ ରୁଦ୍ର ତ୍ୟାଗୀ,ବଡଭାଇ ଭକ୍ତ ବିରଞ୍ଚି ସାହୁ,ଭକ୍ତ ଆନନ୍ଦ ପ୍ରଧାନ,ବାସୁଦେବ ପ୍ରଧାନ,ଯୀଶୁ ପ୍ରଧାନ,ଜୟରାମ ଭୋଇ,ନଟ ଭୋଇ,ଥଣ୍ଡା ରାମ ବେହେରା, କୁନିଲତା ସାହୁ, କନକଲତା ସାହୁ. ବେଦମତି ପ୍ରଧାନ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଭକ୍ତ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ