ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ଅଂଚଳ ରେ ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ହିଲୁଙ୍ଗ ପଂଚାୟତ ର ମେଣ୍ଡାମାଲ – ତ୍ରିବେଣୀ ଛକ (ବିରମହlରାଜପୁର) ରାସ୍ତା ବାଗଡ଼ିଆ ନାଳ ର ଦୁଇ ପାର୍ଶ୍ୱରୁ ମାଟି ଖସି ପଡିବାରୁ ମେଣ୍ଡମାଲ – ବିରାମରରାଜପୁର ରାସ୍ତା ରେ ଚାରିଚକିଆ ଯାନ ବାହାନ ଯିବା ଆସିବା କରିବା ବନ୍ଦ ହୋଇଯାଇଛି l ଦୁଇ ଚକିଆଗାଡି ଯାତାୟତ କରୁଥିବା ବେଳେ ଜରୂରୀ କାଳୀନ ଯଥା ଆମ୍ବୁଲାନ୍ସ ଯାଇପାରୁ ନାହିଁ । ଏହି ରୋଡ଼ ମରାମତି କରା ନ ଗଲେ ଅଂଚଳ ବାସି ବହୁ ଅସୁବିଧା ର ସମ୍ମୁଖୀନ ହେବେ I ଅନ୍ୟ ପଟେ ଚାରିଚକିଆ ଗାଡି ସବୁ ଆଜି ମୁରଶୁଣ୍ଢୀ ପଟ ଦେଇ ବହଳପଦର , ଦୁର୍ଜନତୈଳl , କେନଝିରିଆପାଲି ପଂଚାୟତ କୁ ଯାଉଥିବା ବେଳେ ହିଲୁଙ୍ଗ ପଂଚାୟତ ର ଲୁଚାବନ୍ଦ ମେଣ୍ଡାମାଲ ଲୋକମାନଙ୍କ ଯାତାୟତ ବ୍ୟାହତ ହୋଇଛି । ଉକ୍ତ ରାସ୍ତା କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।