କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଘଟିଛି । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ସମୟ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୮୦ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପୁଅ ସୁଚେତନ ଭଟ୍ଟାଚାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ଖବର ଦେଇଛନ୍ତି । ବୁଦ୍ଧଦେବଙ୍କ କୋଲକାତାର ବାଲିଗଞ୍ଜ ସ୍ଥିତ ପାମ ଏଭେନ୍ୟୁ ଆବାସରେ ନିଧନ ଘଟିଛି । ସେ ଦୀର୍ଘ ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ପୂର୍ବରୁ ୨୩ ବର୍ଷ ପର୍ଯ୍ୟନ୍ତ ଜ୍ୟୋତି ବସୁ ମୁଖ୍ୟମନ୍ତ୍ରୀ ଥିଲେ । ଏହି ପରି ୩୪ ବର୍ଷ ଧରି ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାରରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ବାମପନ୍ଥୀ ହୋଇଥିଲେ ହେଁ କାରବାରକୁ ନେଇ ଉଦାରବାଦୀ ନୀତି ଆପଣାଇବା ପାଇଁ ପରିଚିତ ଥିଲେ । ସାଧାରଣତଃ ବାମପନ୍ଥୀ ଆର୍ଥିକ ଉଦାରୀକରଣ ବିରୋଧରେ ରହି ଆସିଛି । କିନ୍ତୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅଦୌଗିକିକରଣ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସିଙ୍ଗୁରରେ ଜମି ଅଧିଗ୍ରହଣକୁ ନେଇ ବଡ ବିବାଦ ହୋଇଥିଲା ।
୫ ଦଶନ୍ଧିର ନିଜର ରାଜନୈତିକ କ୍ୟାରିୟରରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବାମପନ୍ଥୀ ଦଳରେ ବଡ ନେତା ଥିଲେ । ସେ ୧୯୪୪ ମାର୍ଚ୍ଚ ୧ରେ ଉତ୍ତର କୋଲକାତାର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ବୁଦ୍ଧଦେବ ଜଣେ ଅଧ୍ୟାପକ ଥିଲେ ।