ପ୍ୟାରିସ ଅଲିମ୍ପିକ୍ସରେ ଅମନ ଆଣିଲେ ଆଉ ଏକ ବ୍ରୋଞ୍ଜ


ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ବ୍ରୋଞ୍ଜ ପଦକ । ୫୭ କେଜି ଫ୍ରି ଷ୍ଟାଇଲ୍ ରେସଲିଂ ତଥା ପୁରୁଷ କୁସ୍ତିରେ ଅମନ ସେରାୱତଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି ।
ଅଲିମ୍ପିକ୍ସରେ ମେଡାଲ୍ ଜିତିବାରେ ଅମନ୍ ହେଉଛନ୍ତି ସପ୍ତମ ଭାରତୀୟ ରେସଲର୍‌ । ସେମିଫାଇନାଲ ମ୍ୟାଚରେ ଜାପାନ ପ୍ରତିଯୋଗିଙ୍କଠାରୁ ୦-୧୦ରେ ହାରିଥିଲେ ଅମନ ସେରାୱତ । କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ସେ ଗୌରବ ଆଣିଛନ୍ତି ।
ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ଜିତିଛି । ଯେଉଁଥିରେ ୫ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ରହିଛି । କୁସ୍ତିରେ ଭାରତର ଅମନ୍ ସେରାୱତ ବ୍ରୋଞ୍ଜ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସାରା ଭାରତ ଏହି ସଫଳତାର ଉତ୍ସବ ପାଳନ କରୁଛି ବୋଲି ମୋଦି ଲେଖିଛନ୍ତି ।