Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିରଙ୍ଗା ଯାତ୍ରା ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି:୧୦/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି କୋକସରା ମଣ୍ଡଳ ପକ୍ଷରୁ ଶନିବାର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ତ୍ରିରଙ୍ଗା ଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୩ ତାରିଖରେ କୋକସରା ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ମହା ସମାରୋହରେ ପାଳିତ କରିବା ସହ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇ ସ୍ଵାଧୀନତା ଦିବସ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ପ୍ରସ୍ତୁତି ବୈଠକରେ ତ୍ରିରଙ୍ଗା ଯାତ୍ରା ପ୍ରଭାରୀ ଦାୟିତ୍ଵ ଥିବା ହିମାଂଶୁ ପଣ୍ଡା ମଣ୍ଡଳ ସଭାପତି ତ୍ରିନାଥ ଶବର ଗରୁଡ଼ଧ୍ଵଜ ମାଝୀ,ମନୋଜ ନାଏକ ସୁଶିଲ କୁମାର ପାଢ଼ୀ ଧର୍ମାନନ୍ଦ ନେଗି ରଣଜିତ୍ ପୋଢ଼, ଯୁବମୋର୍ଚ୍ଚା ସଭାପତି ଅନିଲ ପଟ୍ଟନାୟକ ହେମନ୍ତ ଚଣ୍ଡୀ, ଦୈତାରି ବାରିକ ମୋତିଲାଲ ନାୟକ,ପ୍ରମୋଦ କୁମାର ପ୍ରଧାନୀ, ଭାବଗ୍ରାହୀ ପ୍ରଧାନୀ,ସାରଳା ପ୍ରଧାନି,ନରେନ୍ଦ୍ର ପ୍ରଧାନୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।