Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଣ୍ଟିପାଲି ମୁରଲିପାଲି ବାଇପାସ ରାସ୍ତା ଶୋଚନୀୟ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ

ଝାରସୁଗୁଡା ୧୦/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପାଲି ଛକରୁ ମୁରାଲିପାଲି ଗାଁକୁ ସଂଯୋଗ କରୁଥିବା ବାଇପାସ ରାସ୍ତାଟି ବର୍ଷା ଯୋଗୁଁ ଅତି ଶୋଚନୀୟ ହୋଇ ପଡିଛି । ଫଳରେ ଚାରପାଲି,ସରେଇପାଲି, ନୂଆଡ଼ିହି,ଚାଣ୍ଟିପାଲି,ମୁରଲିପାଲି ଗାଁର ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀ ମଧ୍ୟ ଯାତାୟାତ ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ ଚାଣ୍ଟିପାଲି ଛକରୁ ମୁରଲୀପାଲି ଗାଁକୁ ଏକ ବାଇପାସ ରାସ୍ତା ଯାଇଛି । ପୂର୍ବରୁ ସ୍ଥାନୀୟ ଲୋକେ ସେହି ରାସ୍ତାରେ କେବଳ ପାଦରେ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଯିବା ଆସିବା କରୁଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ରୟତି ଚାଷଜମି ଥିବା ଯୋଗୁଁ ତାହା ସମ୍ପ୍ରସାରଣ କରିବା ସମ୍ଭବପର ହେଉନଥିଲା । ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ଉକ୍ତ ଜମି ମାଲିକ ମାନେ ରାସ୍ତା ନିର୍ମାଣ ପାଇଁ ଉଭୟ ପାର୍ଶ୍ଵରୁ କିଛି କିଛି ପରିମାଣର ଜମି ଦାନ କରିଥିଲେ ଏବଂ ଚାରପାଲି ପଞ୍ଚାୟତ ତରଫରୁ ଅର୍ଥ ମଞ୍ଜୁର କରି ଚାଣ୍ଟିପାଲି ଛକରୁ ମୂରଲୀପାଲି ଗାଁର ବନ୍ଧ ପର୍ଯ୍ୟନ୍ତ ରାସ୍ତାକୁ ସାମାନ୍ୟ ପ୍ରଶସ୍ତି କରଣ କରି କଂକ୍ରିଟ କରା ଯାଇଥିଲା । କିନ୍ତୁ ଅର୍ଥାଭାବରୁ ମୁରଲୀପାଲି ବନ୍ଧ ଠାରୁ ମୁରଲୀପାଲି ଗାଁ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟରରୁ ଅଧିକ ହେବ କଂକ୍ରିଟ କରିବା ସମ୍ଭବପର ହୋଇ ନ ଥିବା ଯୋଗୁଁ ଅସରାଏ ବର୍ଷା ହେଲେ ରାସ୍ତାରେ ଖାଳଖମା ସୃଷ୍ଟି ହୋଇ ବର୍ଷାପାଣି ଜମି ରହିବା ସହ ସାରା କାଦୁଅ ରେ ପଚ ପଚ କରୁଛି । ଫଳରେ ସେହି ରାସ୍ତା ଦେଇ ବିଭିନ୍ନ ସ୍କୁଲ, କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
ପ୍ରକାଶ ଥାଉକି ଚାଣ୍ଟିପାଲି ଛକରୁ ଆରଡି ପିଚୁ ରାସ୍ତା ଦେଇ ଛତିଶଗଡ଼ ଲରା ଛକ ଦେଇ ମୂରଲୀପାଲି ଛକକୁ ଗଲେ ପ୍ରାୟ ୩ କିମିରୁ ଅଧିକ ପଡ଼ୁଥିବା ବେଳେ ଚାଣ୍ଟିପାଲି ରୁ ବାଇପାସ ରାସ୍ତାରେ ମୂରଲୀପାଲି ଛକ ପର୍ଯ୍ୟନ୍ତ ମାତ୍ର ୧ କିମି ରାସ୍ତାରୁ କମ ଦୂରତା ପଡ଼ିଥାଏ । ତେଣୁ ଉକ୍ତ ବାଇପାସ ରାସ୍ତାରେ ମୁରଲୀପାଲି, ରେମତା, ଚିଖିଲି, କଣ୍ଡେଇକେଲା,ସେମେଳିଆ,ଶୁଖାସୋଢା, ମହୁଳପାଲି, କିରିତମାଲ, ସରଧା, ମୁହୁଦି ଗାଁର ଜନ ସାଧାରଣ ତଥା ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି । ତେଣୁ ଉକ୍ତ ବାଇପାସ ରାସ୍ତା ର ଦୁରାବସ୍ଥାକୁ ଦୃଷ୍ଟି ଦେବା ସହ ରାସ୍ତା ନିର୍ମାଣ ପାଇଁ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଦାବି କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ