ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ପାଳିତ l


ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାରୋହ -୨୦୨୩ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ମୃତିଚାରଣ ସଭା ଆୟୋଜନ କରାଯାଇ କବି ଶ୍ରୀ ଜୟଦେବଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୁର୍ବକ ପୁଷ୍ପମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ କବି ଶ୍ରୀଧର ବାଗ ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ଗବେଷକ ସୁଦାମ ନାଏକ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲିପ କୁମାର ପଣ୍ଡା ପ୍ରମୁଖ ଯୋଗଦାନ
କରିଥିଲେ I ଉକ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଏବଂ ବିଶିଷ୍ଟ କଳାକାର କୃଷ୍ଣଚନ୍ଦ୍ର ସିନ୍ଦ୍ରିଆ ଓ ସାଥୀ କଳାକାର ଜୟଦେବ ବିରଚିତ ଶ୍ରୀତ କମଳା କୁଚ ପରିବେଷଣ କରିଥିଲେ I ସଭାର ଆବାହିକା ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯମୁନା ପ୍ରଧାନ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ବାଗ ଅକ୍ଷୟ ତୃତୀୟା ଦିବସ ର ତାତ୍ପର୍ଯ୍ୟ ସହିତ କବି ଶ୍ରୀ ଜୟଦେବଙ୍କ ଜୀବନୀ ଓ କାର୍ଯ୍ୟାବଳୀ ତଥା କାଳଜୟୀ ପବିତ୍ର କାବ୍ୟ ଗୀତ ଗୋବିନ୍ଦ ଉପରେ ସୁନ୍ଦର ଭାବରେ ବକ୍ତବ୍ୟ ରଖି ଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ କବି ଶ୍ରୀଯୁକ୍ତ ବାଗ ସଂସ୍କୃତ ଶ୍ରୀ ଗୀତଗୋବିନ୍ଦ ର ସୁନ୍ଦର କୋଶଳୀ ଅନୁବାଦ କରି ଏକ ପୁସ୍ତକ ପ୍ରକାଶନ କରିଛନ୍ତି I ଗବେଷକ ଓ ଐତିହାସିକ ସୁଦାମ ନାଏକ କବି ଜୟଦେବ ଙ୍କ ଜୀବନୀ ବୃତ୍ତାନ୍ତ ତର୍ଜମା କରିବା ସହିତ ତତକାଳୀନ ସମାଜ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି
କାଳଜୟୀ ରଚନା ର ପ୍ରାସଙ୍ଗୀକତା ଉପରେ ବକ୍ତବ୍ୟ ରଖିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ର ଉପଯୋଗୀତା ସହିତ ଆମର ସମୃଦ୍ଧ ପ୍ରାଚୀନ ପରମ୍ପରା କୁ ମଧ୍ୟ ବଜାୟ ରଖିବା ପାଇଁ ଆହ୍ଵାନ ଦେଇଥିଲେ I ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଧାନ ଓ ଆଖ୍ୟାୟିକା ତ୍ରିପାଠୀ କବିଶ୍ରୀ ଜୟଦେବ ଙ୍କ ଜୀବନୀ ଓ କାବ୍ୟ କୃତୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ଏହି ଉପଲକ୍ଷେ ସାହାରା ଟ୍ରଷ୍ଟ୍ ବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞାଶି ମହାକୁର ଦଶାବତାର ଓ ଆଦ୍ୟାଶା ପୁରୋହିତ ଶକ୍ତି ବନ୍ଦନା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଅନୁଷ୍କା ହୋତା ଓଡିଶୀ ଶିବତାଣ୍ଡବ ନୃତ୍ୟ କରିଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସଦସ୍ୟା , ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା, ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀମାନ ବହୁଳ ସଂଖ୍ଯାରେ ଉପସ୍ଥିତ ରହିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀ ବିଦ୍ୟାପତି ପଣ୍ଡା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସାହାରା ଟ୍ରଷ୍ଟ୍ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସଂସ୍କୃତି ବିଭାଗ ର ଦୁଖିଶ୍ଯାମ ସେଠୀ, କଳାକାର ନିରାକାର ଦେହୁରୀ ପ୍ରମୁଖ କର୍ୟକ୍ରମରେ ସହଯୋଗ କରିଥିଲେ l