ବୀରମହାରାଜପୁର କଲେଜ ରେ ଅଗଷ୍ଟ କ୍ରାନ୍ତି ଦିବସ, ବିଶ୍ଵ ଆାଦିବାସୀ ଦିବସ , ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ , ବିଶ୍ୱ ଆଦିବାସୀ ଦିବସ , ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଦିବସ , ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୩ ତମ ଜନ୍ମଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରି ବିଶ୍ୱ ଆଦିବାସୀ ଦିବସ , ଅଗଷ୍ଟ କ୍ରାନ୍ତି ଦିବସ ଉପରେ ଆଲୋକପାତ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତିଯୋଦ୍ଧା ମାନଙ୍କର ଅବଦାନ ସମ୍ପର୍କରେ କହିବା ଅବସରରେ ବିର୍ସା ମୁଣ୍ଡା , ଲକ୍ଷ୍ମଣ ନାୟକ , ରିଣ୍ଡୋ ମାଝୀ , ମାଧ ସିଂ ପ୍ରମୁଖ କ୍ରାନ୍ତିଯୋଦ୍ଧାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଗ୍ରାମୀ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଉତ୍ସର୍ଗୀକୃତ ଜୀବନ ଉପରେ ବକ୍ତବ୍ୟ ଦେଇଥିଲେ । ଇତିହାସ ଅଧ୍ୟାପିକା ବନ୍ଦିତା ବିଶ୍ଵାଳ ବିଶ୍ୱ ଆଦିବାସୀ ଦିବସ ଓ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ଯାମିନୀ ଦାଶ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ବ୍ୟକ୍ତିଗତ ଓ ସାରସ୍ୱତ ଜୀବନ ସମ୍ପର୍କରେ ଆଲୋକପାତ କରି ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ । କ୍ରାନ୍ତିବୀରମାନଙ୍କ ଜୀବନ ଦେଶ ମାତୃକା ପାଇଁ ଉତ୍ସାର୍ଗୀକୃତ ଯାହା ପର ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ।