Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁରୋଘାଟ ଗ୍ରାମରେ ଜନ୍ମିତ ବରିଷ୍ଠ କଳାକାର ଗୁରୁ ଭଗବାନ ଦାଶ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅଞ୍ଚଳର ଜଣାଶୁଣା ବରିଷ୍ଠ କଳାକାର ଗୁରୁ ଭଗବାନ ଦାଶଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବ୍ଲକ ର ବାଗବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୋଘାଟ ଗ୍ରାମରେ ଜନ୍ମିତ ଶ୍ରୀ ଭଗବାନ ଦାସ ଦଣ୍ଡ ସୁଆଙ୍ଗ, ନଚନିଆ ଆଦି ଲୋକନୃତ୍ୟ ଗୀତ ରଚନା କରି ଲୋକଗୀତ ଗୁରୁ, ଲକ୍ଷ୍ମୀ ପୁରାଣ କଳାକାର ଙ୍କ ନିର୍ଦ୍ଦେଶକ ଓ ପାରାୟଣ ଭାଗବତ ଗାୟକ ହିସାବରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କ ପୁଅଙ୍କ କର୍ମକ୍ଷେତ୍ର ବଲାଙ୍ଗୀର ବାସଭବନରେ ରହୁଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବିନୋଦ ଓ ହୃଷୀକେଶ , ଦୁଇ ବହୁ , ନାତିନାତୁଣୀ ଉପସ୍ଥିତ ଥିଲେ। ହାଟପଦା ସ୍ଥିତ ସ୍ବର୍ଗ ଦ୍ଵାରରେ ବଡ଼ ପୁଅ ବିନୋଦ ମୁଖଗ୍ନୀ ଦେଇଥିଲେ । ଗୁରୁ ଭଗବାନ ଦାଶ ଙ୍କ ପରଲୋକ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ