ନିମ୍ନl ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପ୍ରମୋଦିନୀ ଝାଙ୍କର ହେଲେ ସରପଞ୍ଚ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନl  ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ  ବୀରମହାରାଜପୁର  ସିଭିଲ ଜର୍ଜ ରାଜଶ୍ରୀ ପଟ୍ଟନାୟକ ଅସିଦ୍ଧ ଘୋଷଣା  କରିଛନ୍ତି l ସୂଚନା ଅନୁସାରେ ଗତ 2022 ରେ ପଂଚାୟତ ନିର୍ବାଚନ ହୋଇଥିଲା l ନିମ୍ନl  ପଂଚାୟତରେ ସରପଞ୍ଚ ପଦବୀ ପାଇଁ ସୂର୍ଯ୍ୟକାନ୍ତି ପାଣ୍ଡେ ଏବଂ ପ୍ରମୋଦିନୀ ଝାଙ୍କର  ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା l  ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ  ସୂର୍ଯ୍ୟକାନ୍ତି ପାଣ୍ଡେ ପାଠ ପଢ଼ୀନଥିବା ପ୍ରମୋଦିନୀ ଅଭିଯୋଗ କରଥିଲେ l ମାତ୍ର ତାଙ୍କର ଅଭିଯୋଗ ସତ୍ତ୍ୱେ ସୂର୍ଯ୍ୟକାନ୍ତିଙ୍କ ପ୍ରାର୍ଥୀପତ୍ର କାଏମ ରହିବା ସହ ସରପଞ୍ଚରେ ବିଜୟୀ ମଧ୍ୟ ହୋଇଥିଲେ l  ଫଳରେ ପ୍ରମୋଦିନୀ ଉଲୁଣ୍ଡା ଥାନା ଏବଂ  ଏସପିଙ୍କ ଠାରେ  ଅଭିଯୋଗ କରିଥିଲେ l ହେଲେ  କୌଣସି ପଦକ୍ଷେପ ନିଆଯାଇନଥିଲା l   ଫଳରେ ପ୍ରମୋଦିନି 14.3.2022ରେ କୋର୍ଟର ଆଶ୍ରୟ ନେଇଥିଲେ l ଅଭିଯୋଗ ଆଧାରରେ ମାନ୍ୟବର କୋର୍ଟ ସୁର୍ଯ୍ୟକାନ୍ତିଙ୍କୁ ପାଠ ପଢା ପ୍ରମାଣ ପତ୍ର ମାଗିଥିଲେ l କୋର୍ଟଙ୍କ ନିର୍ଦେଶ କ୍ରମେ ସୂର୍ଯ୍ୟକାନ୍ତି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ପ୍ରମାଣ ପାତ୍ର ଦାଖଲ କରିଥିଲେ l ତଦନ୍ତ କଲାପରେ ପ୍ରମାଣ ପତ୍ର ମିଥ୍ୟା ଥିବା ଜଣାପଡିଥିଲା l ଏପରିକି ସତ୍ୟପାଠରେ ମଧ୍ୟ  ନବମ ପାସ ବୋଲି ଦେଇଥିବା ପ୍ରମାଣ ପତ୍ର ମିଥ୍ୟା ବୋଲି ଜଣାପଡିଥିଲା l  କୋର୍ଟରେ ଦୀର୍ଘ ଦୁଇବର୍ଷ ହେବ ମାମଲା ବିଚରାଧୀନ ଥିବା ବେଳେ ରାୟ ପ୍ରକାଶ ପାଇଛି l  ସିଭିଲ ଜର୍ଜ ରାଜଶ୍ରୀ ପଟ୍ଟନାଏକ ମାମଲାର ଶୁଣାଣୀ କରି କାର୍ଯ୍ୟରତ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ ଅସିଦ୍ଧ ଘୋଷଣା କରିବା ସହ ପ୍ରମୋଦିନୀ ଝାଙ୍କରଙ୍କୁ ସରପଞ୍ଚ ଭାବରେ ଘୋଷଣା କରିଥିବା ପ୍ରମୋଦିନିଙ୍କ ଓକିଲ ସୁରେନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି l ପ୍ରମୋଦିନି ଙ୍କ ପକ୍ଷରୁ ସୁରେନ୍ଦ୍ରଙ୍କ ସମେତ ରାଜ କୁମାର୍ ଅଗ୍ରୱାଲ ଏବଂ ସୁବ୍ରତ ମିଶ୍ର  କେସ ଲଢ଼ୁଥିବା ବେଳେ କାର୍ଯ୍ୟରତ ସରପଞ୍ଚ ସୂର୍ଯ୍ୟକାନ୍ତିଙ୍କ ପକ୍ଷରୁ  ଓକିଲ ଭଗବତୀ ମିଶ୍ର  କେସ ଲଢ଼ୁଥିଲେ l