Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଝାରସୁଗୁଡା ୧୨/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ରବିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରେଙ୍ଗାଲି ଗାଁ ମୁଣ୍ଡରୁ ଆରମ୍ଭ କରି ରେଙ୍ଗାଲି ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ପ୍ରାୟ ୫୦୦ ରୁ ଅଧିକ ବିଭିନ୍ନ ପ୍ରକାର ଚାରା ରୋପଣ କରା ଯାଇଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା ଲଖନପୁର ଖଣ୍ଡ ସହ ଶାରୀରିକ ପ୍ରମୁଖ ସୁନିଲ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଧୁସୂଦନ ପଶାୟତ, ବଜରଙ୍ଗ ସାହୁ,ପଙ୍କଜ ସାହୁ,ପ୍ରମୋଦ ବିଶି,ଶିବୁ ପଧାନ ଏବଂ ଶିଶୁ ମାନଙ୍କ ମଧ୍ୟରେ ଅମନ, ସନ୍ଦୀପ, ଗୌରବ, ପ୍ରଣବ, ଉମାକାନ୍ତ, ନିବୁ,ଶିବୁ, ଟିକେଶ୍ୱର, ଶୁଭମ, ପିୟୁସ ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ