Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆପାଲି ହାଇସ୍କୁଲ ରେ ନିଶାଯୁକ୍ତ ଭରତ ଅଭିଯାନ ଉପଲକ୍ଷେ ସାମୁହିକ ଶପଥପାଠ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ନିଶାମୁକ୍ତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ନିଶା ନିବାରଣ ଅଭିଯାନ ସମାଜ ପାଇଁ ନିତାନ୍ତ ଆବଶ୍ୟକ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ନିଶା ନିବାରଣ ପାଇଁ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। କଦଳୀପାଲି ଛକ ଠାରୁ ବଲିପାଲି ଛକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ । ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଛାତ୍ରଛାତ୍ରୀ ମାନେ ସମାଜରେ ନିଶlନିବାରଣ ର କର୍ଣ୍ଣଧାର ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲ। ଜୁନିଅର ରେଡ଼କ୍ରସ ର ପରାମର୍ଶ ଦାତା ଜୀବର୍ଦ୍ଧନ ରଣା କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର, ଗୌରୀଶଙ୍କର ପୁଜାହାରୀ , ମୀନକେତନ ରଣା , ସୁରେନ୍ଦ୍ର ପଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ