ଭୁବନେଶ୍ୱର: ସଂପ୍ରତି କିଛି ଅବସର ମିଳିଗଲେ ମଦ୍ୟପାନ କରି ମଜା ନେବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । ପାର୍ଟି କହିଲେ ବିନା ମଦ୍ୟପାନରେ ବୁଝାଉନି । କିଛି ଲୋକ ତ ଏତେ ନିଶାଖୋର ଯେ, ମଦ୍ୟପାନ ନ କଲେ ସେମାନଙ୍କୁ ନିଦ ପଡୁନି । କିନ୍ତୁ ଏମିତି ସ୍ଥିତି ହେଲେ ଏହା ଆପଣଙ୍କ ହୃଦୟ, ମସ୍ତିଷ୍କ ଓ ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ମଦ୍ୟପାନ କଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।
ହାର୍ଟ ଫେଲିୟର ଆସୋସିଏସନ ଅଫ ଦ ୟୁରୋପିୟନ ସୋସାଇଟି ଅଫ କାର୍ଡିୟୋଲୋଜିର ରିପୋର୍ଟ ଅନୁଯାୟୀ, ମଦ୍ୟପାନ କଲେ ହାର୍ଟ ଉପରେ ଗୁରୁତର ପ୍ରଭାବ ପଡିଥାଏ । ମଦ୍ୟପାନର ପ୍ରଭାବ କେବଳ ହାର୍ଟ ଉପରେ ନୁହେଁ ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ପଡିଥାଏ । ମଦ ସଉକରେ ପିଅ କିମ୍ବା ଦୁଃଖରେ ପିଅ ଏହାର ନକରାତ୍ମକ ପ୍ରଭାବ ଶରୀର ଓ ମସ୍ତିଷ୍କ ଉପରେ ପଡିଥାଏ ।
ସେ ଅଧିକ ମାତ୍ରାରେ ହେଉ କିମ୍ବା ଅଳ୍ପ ମାତ୍ରାରେ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ପ୍ରତିଦିନ ମଦ୍ୟପାନ କଲେ ହାର୍ଟ ଓ ମସ୍ତିଷ୍କ ଉଭୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ । ଏଥିରେ ବିପଦ ବଢିବାର ସମ୍ଭାବନା ଥାଏ । ପ୍ରତିଦିନ ମଦ୍ୟପାନ କଲେ ଆପଣଙ୍କୁ ଭୁଲିବାର ରୋଗ ହୋଇପାରେ । ଏହା ସହିତ ବିଷାଦଗ୍ରସ୍ତ ଓ ଭୟ ଚିଡିଚିଡା ପଣର ବିପଦ ରହିଥାଏ ।
ମଦ୍ୟପାନ କଲେ ମସ୍ତିଷ୍କର ରକ୍ତ କଣିକା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ମସ୍ତିଷ୍କର ସଞ୍ଚାଳନ ଓ କାମ କରିବାର ପ୍ରକ୍ରିୟା ଉପରେ ବହୁତ ଅଧିକ ପ୍ରଭାବିତ କରିଥାଏ । ମଦ ମସ୍ତିଷ୍କର ସନ୍ତୁଳନ, ଭୁଲିବାର ରୋଗ ଆଦି ରୋଗକୁ ଆମନ୍ତ୍ରଣ କରିଥାଏ । କୌଣସି ବି କାମରେ ନକରାତ୍ମକ ପ୍ରଭାବ ପକାଇଥାଏ ।
ଦୀର୍ଘ ସମୟ ଧରି ବହୁତ ମାତ୍ରାରେ ମଦ୍ୟପାନ କଲେ ନ୍ୟୁରନ୍ସର ଆକାର ଛୋଟ କରିଥାଏ । ଯୁବ ପିଢିଙ୍କ ମସ୍ତିଷ୍କ ବୟସ୍କଙ୍କ ମସ୍ତିଷ୍କ ତୁଳନାରେ ନକରାତ୍ମକ ପ୍ରଭାବରେ ଅଧିକ ସମ୍ବେଦନଶୀଳ ହୋଇଥାଏ । କିଶୋରବସ୍ଥାରେ ମଦପ୍ୟାନ ମସ୍ତିଷ୍କର ବିକାଶ ଉପରେ କୁପ୍ରଭାବ ପକାଇଥାଏ । ଏପରିକି ଭୁଲାପଣ ଦେଖା ଦେଇପାରେ ।