ଡୁଙ୍ଗୁରିପାଲି : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ର ଆହ୍ୱାନ ରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଆମ ଦେଶ ଭାରତ 78ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ନିଶା ସେବନ ରୁ ଦୁରେଇ ରହିବା ଓ ତାଙ୍କୁ ନିଶା ଦୂରୀକରଣ ଅଭିଯାନ ରେ ଯୋଡିବା ଉଦ୍ଦେଶ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ସଭାପତିତ୍ୱ କରିଥିଲେ l ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ପାଇଁ ଶପଥ ପାଠ କରିବା ସହ “ବିକଶିତ ଭାରତ ର ମନ୍ତ୍ର, ଭାରତ ହେଉ ନିଶା ରୁ ମୁକ୍ତ ର ସ୍ଲୋଗାନ ଦେଇଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀ କେମିତି ନିଜେ ନିଶା ସେବନ ରୁ ଦୁରେଇ ରହିବା ସହ ଗ୍ରାମବାସୀ ଓ ପିତାମାତା ଙ୍କୁ ନିଶା ସେବନ ନ କରିବାକୁ ସଚେତନତା ସୃଷ୍ଟି କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା l ଏହି ଅବସରରେ ସମସ୍ତଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ କରାଯାଇଥିଲା l ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ , ପାଚିକା ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ ଶିକ୍ଷକ ହାରାଧନ ରଣା ପରିଚାଳନା କରିଥିବାବେଳେ ପଞ୍ଚମ ଶ୍ରେଣୀ ର ଛାତ୍ରୀ ତୃପ୍ତି ଖେତି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ପ୍ରଶଂସା କରିଛନ୍ତି l