Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ।

କଳାହାଣ୍ଡି:୧୪/୦୮
ଭାରତ ବର୍ଷ ର ୭୮ ତମ ସ୍ୱାଧୀନତା ଦିବସ ପୁର୍ତ୍ତୀ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ସାରା ଦେଶରେ ପାଳନ କରିବାକୁ ନିର୍ଦେଶ ଜାରି କରିଥିବା ବେଳେ ଆଜି ଧର୍ମଗଡରେ ବ୍ଲକ ପ୍ରଶାସନ ଏନଏସି ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ମହା ଆଡମ୍ବରରେ ପାଳନ କରାଯାଇଛି। ବିଡ଼ିଓ ଶରତ କୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ତ୍ରିରଙ୍ଗା ଯାତ୍ରା ଆମ ଭାରତୀୟ ଙ୍କ ବିକଶିତ ଭାରତ ର ଅସ୍ମିତା କୁ ବିଶ୍ବ ଦରବାରରେ ଗୌରାବାନ୍ୱିତ କରିବା ସହ ଆମ ଦେଶବାସୀ ଙ୍କ ଏକତା ର ପ୍ରତୀକ ହେବ ବୋଲି ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର ସମେତ ବିଭିନ୍ନ ମହାବିଦ୍ୟାଳୟ ର ଏନସିସି, ଏନଏସଏସ,କଲେଜ ଛାତ୍ରଛାତ୍ରୀ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଭାରତୀୟ ଜନତା ପାର୍ଟି ର ଶତାଧିକ କର୍ମକର୍ତ୍ତା ମାନେ ତ୍ରିରଙ୍ଗା ଯାତ୍ରା ରେ ଏକ ବିରାଟ ଶୋଭାଯାତ୍ରାରେ ଧର୍ମଗଡ ସହର ପରିକ୍ରମା କରି ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରା ଦେଇ ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଲଗାଇ ଜଣେ ସଚେତନ ଭାରତୀୟ ନାଗରିକ ଦାୟିତ୍ୱ ନିର୍ବାହ କରିବାକୁ ବାର୍ତ୍ତା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories