Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ। ସକାଳୁ ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ବକର୍ମା ମହାରଣା ଓ କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହି କାଠ ଚିରଟ ପାଇଁ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି। ଏହି କାଠକୁ ଭୋଇ ସେବାୟତମାନଙ୍କ ଦ୍ବାରା ଯୋଗାଇ ଦିଆଯାଇଥାଏ। ତିନି ରଥ ନିର୍ମାଣ ପାଇଁ ଗତକାଲି ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟ ମହାରଣା, ଭୋଇ, କରତୀ, କମାର, ରୂପକାର ସେବାୟତଙ୍କୁ ଶାଢ଼ୀ ବନ୍ଧାଯିବା ପରେ ଆଜି ଆରମ୍ଭ ହୋଇଛି କାର୍ଯ୍ୟ  । ତେବେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଆସନ୍ତା ଜୁନ୍‌ ୨୦ରେ ପଡ଼ୁଛି ପବିତ୍ର ରଥଯାତ୍ରା। ତିନି ରଥରେ ବିଜେ କରିବେ ତିନି ଠାକୁର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହ‌ଣରେ ବୁଲି ଯିବେ ମାଉସୀ ଘର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ