Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ସମ୍ପର୍କିତ ତାଲିମ ଶିବିର

ଝାରସୁଗୁଡା ୧୪/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୁନାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ଜରିଆରେ ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ ଉପରେ ଦ୍ଵି-ଦିବସିୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ତାଲିମ ଶିବିରରେ ସୁନାରୀ, ବିଶିପାଲି ଓ ଟାଙ୍ଗରପାଲି ଗାଁର ମୋଟ ୪୦ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଓସିଏଲ ସିମେଣ୍ଟ କମ୍ପାନୀର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ଦେବେନ୍ଦ୍ର ଦୀକ୍ଷିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୈବ ପ୍ରଯୁକ୍ତି ବିଦ୍ୟା ଆଧାରିତ କୀଟନାଶକ ଔଷଧ ଓ ସବୁଜ ସାର ପ୍ରୟୋଗ ବିଧି ବିଷୟରେ ଚାଷୀ ମାନଙ୍କୁ ଧାରଣା ଦେଇଥିଲେ । ସେହିପରି
କୁମ୍ଭାରବନ୍ଧ ସର୍କଲର ସହକାରୀ କୃଷି ଅଧିକାରୀ ବିଦ୍ୟାଶ୍ରୀ ତ୍ରିପାଠୀ ମଧ୍ୟ ସଘନ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ଉଦଯୋଗୀ ଚାଷୀ କିପରି ଅଧିକ ଲାଭବାନ ହୋଇ ପାରିବେ ଏବଂ ଜୈବିକ ସାର ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧରେ ଉପସ୍ଥିତ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର ବ୍ଲକ ସଂଯୋଜକ ଥୋମାସ ମାଝୀ, ଅତିରିକ୍ତ ବ୍ଲକ ସଂଯୋଜକ ରାଜ କୁମାର ଭୋଇ, ଗୋଷ୍ଠୀ ବିକାଶ କର୍ମୀ ହରେଶ ବାରିକ, ନିତେଶ ସିଂହ, ପ୍ରକାଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ