Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହିମା ଡିଗ୍ରୀ କଲେଜରେ ସ୍ୱତନ୍ତ୍ର ଶିବିର ଉଦଘାଟିତ

ଝାରସୁଗୁଡା ୧୪/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା ଅଧିନରେ ସପ୍ତାହ ବ୍ୟାପୀ ହେବାକୁ ଥିବା ବର୍ଷା କାଳୀନ ସ୍ୱତନ୍ତ୍ର ଶିବିର (ଏନଏସଏସ) ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଯାଇଛି ।
ସର୍ବ ପ୍ରଥମେ ବିଜାପାଲି ମହିମା ଡିଗ୍ରୀ କଲେଜର ଏନଏସଏସ ପ୍ରୋଗ୍ରାମ ଅଧିକାରୀ ତଥା ଅଧ୍ୟାପିକା ସଂଯୁକ୍ତା ସାଙ୍ଗା ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଜ୍ଞାପନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ବିରଞ୍ଚି ପଧାନ ଜାତୀୟ ସେବା ଯୋଜନା ମହନୀୟତା ଓ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ଶେଷରେ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ବେଛାସେବୀ ଛାତ୍ରଛାତ୍ରୀ କଲେଜ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏଥିରେ ମହିମା ଡିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସ୍ବେଛାସେବୀ ଛାତ୍ରଛାତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

More Stories