Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସର ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ।

କଳାହାଣ୍ଡି:୧୫/୦୮
ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ ଏହି ଦେଶପ୍ରେମୀ ଦିବସ କୁ ହର୍ଷ ଓ ଉଲ୍ଲାସ ର ସହ ଦେଶବାସୀ ପାଳନ କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ବଜାର ପଡିଆ ରେ ହର୍ଷ ଓ ଉଲ୍ଲାସ ର ସହ। ପାଳନ କରାଯାଇଛି। କୋକସରା ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ନିଜ ନିଜ ଶିକ୍ଷାନୁଷ୍ଠାନ ରୁ ପତାକା ଉତ୍ତୋଳନ କରି ପେରେଡ଼ ରେ ସହର ପରିକ୍ରମା କରି ବ୍ଲକ ସ୍ତରୀୟ ବଜାର ପଡିଆ ରେ ପହଞ୍ଚି ଥିଲେ। ୭୮ ତମ ସ୍ଵାଧୀନତା ଦିବସ ର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣ ରେ ବ୍ଲକ ର ସାମୁହିକ ବିକାଶ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ପରେ ବ୍ଲକ ର କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି ,ଆଦର୍ଶ ବିଦ୍ୟାଳୟ,ସରସ୍ୱତୀ ଶିଶୁ ମନ୍ଦିର, ଏଲ.ନିଶି ଇଂଲିଶ ମିଡିୟମ ସ୍କୁଲ ମୋଟେର ର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ।ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ଲକ ର ଜଣେ ଯୁବ ଚାଷି ସୁଧାଂଶୁ ଶେଖର ଦାସ ଙ୍କୁ ଉନ୍ନତ ଚାଷ କ୍ଷେତ୍ରରେ ସଫଳ ଚାଷି ଭାବେ ବ୍ଲକ ପ୍ରଶାସନ ପକ୍ଷରୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପ୍ୟାରେଡ଼ ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ୟୁନିଟ ପ୍ରଥମ, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି ୟୁନିଟ ଦ୍ଵିତୀୟ,ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଥମ ଓ ସରସ୍ୱତୀ ଶିଶୁ ମନ୍ଦିର ଦ୍ଵିତୀୟ ହୋଇଥିଲେ। ୭୮ ତମ ସ୍ୱାଧୀନତା ଦିବସ କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ଓ ଶିଶୁ ମନ୍ଦିର ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ-ସନତ ପ୍ରଧାନୀ

More Stories