Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବାଳକ ଉଚ୍ଚବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଆଜି ପାଳିତ ହୋଇଯାଇଛି ।ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଆଲୋଚନା ଚକ୍ର କୁ ଉଦଘାଟନ କରିବା ସହ ପ୍ରଣୟବଲ୍ଳରି କାବ୍ୟ ର ଆଲୋଚନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର କଲେଜ ର ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରକାଶ ସେଠ୍ ଯୋଗଦେଇ କବିଙ୍କ ତପସ୍ଵିନୀ ଓ କିଚକବଧ କାବ୍ୟ ର ଆଲୋଚନା କରିଥିଲେ ।ଅନୁଷ୍ଠାନ ର ଛାତ୍ର ଓ ଶିକ୍ଷକ ମାନେ ଆଲୋଚନା ର ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ବୈକୁଣ୍ଠ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ