Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିରନିଦ୍ରାରେ ସମାଜସେବୀ ହରେକୃଷ୍ଣ ପାଢ଼ୀ,ଚିହ୍ନ। ମହଲରେ ଶୋକ।

କଳାହାଣ୍ଡି:୧୬/୦୮
ଜୀବନର ଚଲା ପଥରେ ସମାଜ ସଂସ୍କାର, ଅଞ୍ଚଳର ବିକାଶ ପାଇଁ ସଦା ଜାଗ୍ରତ ରହିଥିବା ମିଷ୍ଟଭାଷୀ ହରେକୃଷ୍ଣ ପାଢ଼ୀ ୭୦ ବର୍ଷ ବୟସରେ ଗତ ଶୁକ୍ରବାର ଦିନ ନିଜ ଜୟପାଟଣା ସ୍ଥିତ ବାସଭବନରେ ଅନ୍ତିମ ଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତ ପାଢ଼ୀ ଜଳ ସଂପଦ ବିଭାଗ, ମୁଖିଗୁଡ଼ା ଠାରେ ଅମିନ ଭାବରେ ନିଜର କାର୍ଯ୍ୟ ଶୈଳୀକୁ ପ୍ରତିପାଦିତ କରିଥିଲେ ।ତାଙ୍କରି ଅନ୍ତିମ ସଂସ୍କାର ଶୁକ୍ରବାର ସନ୍ଧ୍ୟାରେ ଜୟପାଟଣା ଶ୍ମଶାନରେ ଜ୍ଞାତି, କୁଟୁମ୍ବ, ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ସମ୍ପନ୍ନ କରାଯାଇଥିଲା । ତାଙ୍କରି ଅନ୍ତିମ ଦର୍ଶନ ଓ ଶବାଧାରରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ତାଙ୍କ ଏକମାତ୍ର ପୁଅ ଶୀତଲ ପ୍ରକାଶ ପାଢ଼ୀ ମୁଖାଗ୍ନି ଦେଇଥିଲେ । ତାଙ୍କରି ଦେହାନ୍ତ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ଖେଳିଯାଇଥିଲା।

More Stories