Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ପ୍ରଜାତିର ଉଭୟଚର ଆମ୍ଫିପୋଡ୍ (ଓଡ଼ିଶୀ) ଚିହ୍ନଟ

ଗୋପାଳପୁର ୧୬/୮
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି l ଏହି ଜୀବକୁ ୨୦୨୩ରେ ପାଇବା ପରେ ବିଭାଗକୁ ଆଣି ବିଭାଗର ଡ଼. ଶେସଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର. କିରଣ କୁମାର ବିଭାଗର ପରୀକ୍ଷାଗାରରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିଥିଲେ l ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି l ଏହାର ରଙ୍ଗ ଫିକା, ହଳଦିଆ,୧୩ ଯୋଡ଼ା ଗୋଡ଼, ଆଗର ୨ଟି ଗୋଡ଼ ଶିକାର କରିବା ସହ କୌଣସି ଖାଦ୍ୟ ସାମଗ୍ରୀ ଗ୍ଲୁମକୁ ଖାଦ୍ୟ ଭାବେ ବ୍ୟବହାର କରି ଖାଇଥାନ୍ତି l ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀ ମାନେ ଖାଇଥାନ୍ତି l ଏମାନଙ୍କ ଶରୀରର ଖୋଳପା ଗୁଡିକ ସ୍ତରସ୍ତର ହୋଇ ରହିଥାଏ l ଏମାନଙ୍କ ଗୋଡ଼ରେ ସରୁ ସରୁ ଓ ଛୋଟ ଛୋଟ କଣ୍ଟା ଭଳି ମୁନିଆ ରହିଥାଏ l ଏହାର ଲମ୍ବ ୧୩ ମିଲି ମିଟର l ଏହି ଜୀବ ମାନେ ସ୍ଥଳ ଓ ଜଳ ଉଭୟଚର ବସବାସ କରନ୍ତି l ଏହି ଜୀବଟି କମ ଲୁଣି ପାଣି ବିଶିଷ୍ଠ ସନ୍ତସନ୍ତୀୟା ଜାଗାରେ ରୁହନ୍ତି l ଏହି ଜୀବ ଗୁଡିକ ପୃଥିବୀରେ ୨୫ ପ୍ରକାର ରହିଛନ୍ତି l ଏହାର ନାମ କରଣ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଲୋକ ପ୍ରିୟତା ରହିଥିବାରୁ ଫ୍ଲୋରସର ଚେଷ୍ଟିୟା ଓଡ଼ିଶୀ ବୋଲି ନାମ କରଣ ରଖାଯାଇଛି l ଏହି ଜୀବର ସବୁ ତଥ୍ୟ ଆଇଲାଣ୍ଡ ବିଶ୍ଵବିଦ୍ୟାଳୟର ପ୍ରଫେସର ତଥା ବିଶେଷଜ୍ଞ ଆଲାନ ମାୟର୍ସଙ୍କୁ ନୂତନ ପ୍ରଜାତିର ଜୀବ ଭାବି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା l ମାୟର୍ସ ମଧ୍ୟ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ଏହି ଜୀବ ନୂତନ ପ୍ରଜାତିର ହୋଇଥିବାରୁ ସମ୍ପୂର୍ଣ୍ଣ ତଥ୍ୟକୁ ନିୟୁଜଲାଣ୍ଡ ସ୍ଥିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ନାଲ୍ ଜୁ ଟାକ୍ସାକୁ ପ୍ରଦାନ କରାଯାଇଥିଲା l ଆଜି ନୂତନ ପ୍ରଜାତିର ଜୀବ ଭାବେ ଜୋନାଲ ଜୁ ଟାକ୍ସାରେ ପ୍ରକାଶିତ ହୋଇଥିବା, ଏହି ଜୀବ ଉପରେ ଅଧିକ ଗବେଷଣା କରାଯାଉଥିବା ଚଳିତ ବର୍ଷ ବିଭାଗ ପକ୍ଷରୁ ପାଞ୍ଚଟି ନୂତନ ପ୍ରଜାତିର ଜୀବ ଚିହ୍ନଟ ହୋଇଥିବା ନେଇ ବିଭାଗର ସହକାରୀ ପ୍ରଧ୍ୟାପକ ଶେଷଦେବ ପାତ୍ର ସୂଚନା ଦେଇଛନ୍ତି l