Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ଆରଆଇ ସର୍କଲରେ ବାସହୀନଙ୍କ ପାଇଁ ଆବେଦନ କ୍ୟାମ୍ପ

ଝାରସୁଗୁଡା ୧୭/୮ (ଓଡ଼ିଶା ନ୍ୟୁଜ) ଓଡ଼ିଶାରେ ବସବାସ କରୁଥିବା ଏବଂ ଆଇନ ଅନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଘରଡିହ ଶୁନ୍ୟ ପରିବାର ବର୍ଗଙ୍କୁ ବାସୋପଯୋଗୀ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତଦନୁଯାୟୀ ଘରଡିହ ଶୁନ୍ୟ ପରିବାର ମାନଙ୍କ ନୂତନ ସର୍ବେକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ଆଜିଠାରୁ ଅର୍ଥାତ ଅଗଷ୍ଟ ୧୬ ତାରିଖ ଠାରୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ଉପଯୁକ୍ତ ହିତାଧିକାରୀ ମାନେ ଆବେଦନ କରିବା ପାଇଁ ସମୟ ନିର୍ଦ୍ଧାରିତ କରା ଯାଇଛି । ଏହି ସମୟ ସୀମା ମଧ୍ୟରେ ରାଜସ୍ବ ପରିଦର୍ଶକ,ରାଜସ୍ବ ନିରୀକ୍ଷକ ଏବଂ ଅତିରିକ୍ତ ରାଜସ୍ବ ନିରୀକ୍ଷକ ମାନେ ପ୍ରତ୍ୟେକ ଗ୍ରାମ ଗସ୍ତ କରି ଘରଡିହ ଶୁନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଆବେଦନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶନାମା ରହିଛି ।
ଏହି ଅବସରରେ ଲଖନପୁର ତହସିଲ ଅନ୍ତର୍ଗତ ଗୋବିନ୍ଦପୁର ଆରଆଇ ସର୍କଲ ସ୍ଥିତ କୁଡାବଗା ଗ୍ରାମରୁ ଏହି ଅଭିଯାନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶନାମା ଅନୁସାରେ ତଥା ଜିଲ୍ଲାପାଳ ଅବୋଳି ସୁନୀଲ ନରୱଣେ ଏବଂ ଲଖନପୁର ତହସିଲଦାର ଲୋପାମୁଦ୍ରା ସାମଲଙ୍କ ନିର୍ଦ୍ଦେଶ କ୍ରମେ ଗୋବିନ୍ଦପୁର ଆରଆଇ ନାରାୟଣ କୁଅଁର କୁଡାବଗା ରାଜସ୍ବ ଗ୍ରାମରେ ବାସହୀନ ମାନଙ୍କ ପାଇଁ ଏକ ଆବେଦନ କ୍ୟାମ୍ପ ଆୟୋଜନ କରିଥିଲେ । ଉକ୍ତ କ୍ୟାମ୍ପରେ ପ୍ରଥମ ଦିନ ମୋଟ ଚାରିଜଣ ହିତାଧିକାରୀ ଆବେଦନ କରିଥିବା ଆରଆଇ ଶ୍ରୀ କୁଅଁର ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଗୋବିନ୍ଦପୁର ଆରଆଇ ସର୍କଲର ସମସ୍ତ ଗ୍ରାମରେ ଏହି କ୍ୟାମ୍ପ କରାଯାଇ ପ୍ରକୃତ ଘରଡିହ ଶୁନ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ଆରଆଇ ଶ୍ରୀ କୁଅଁର ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ର ନିର୍ଦ୍ଦେଶ ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଠାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଲଖନପୁର ତହସିଲ ଅଞ୍ଚଳର ସମସ୍ତ ଆରଆଇ ସର୍କଲ ମାନଙ୍କରେ ଏହି କ୍ୟାମ୍ପ ଆୟୋଜନ କରାଯିବ ବୋଲି ଲଖନପୁର ତହସିଲଦାର ଲୋପାମୁଦ୍ରା ସାମଲ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ