Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା ଗଠିତ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବଳୟା ସାମ୍ବାଦିକ ମାନଙ୍କର ଶନିବାର ଅପରାହ୍ନରେ ସୁବଳୟା ଯୁବ ଛାତ୍ର ସଂସଦ ଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ସମାବେଶରେ ସଂଗଠନର ନୂତନ କାର୍ଯ୍ୟକର୍ତ୍ତା ବଛା ଯିବା ପାଇଁ ଉପସ୍ଥିତ ସାମ୍ବାଦିକ ପ୍ରସ୍ତାବ ଦେଇଥିଲେ l ଏଥିରେ ନୂତନ ଭାବରେ ସଂଘ ର ସଭାପତି ସଂଜୀବ କୁମାର ମେହେର ଙ୍କୁ ମନୋନିତ କରାଯାଇ ଥିବାବେଳେ ସମ୍ପାଦକ ଭାବେ ଜୟାନନ୍ଦ ରଥ , ଉପସଭାପତି ଭୀଷ୍ମ କୁମାର ଜଗଦଲl , ସହ ସମ୍ପାଦକ ଉପେନ୍ଦ୍ର କୁମାର ଦାଶ ଏବଂ କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିହାରୀ ଦାଶ ଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଛି l ପୂର୍ବତନ ସଭାପତି ରାଜେଶ କୁମାର ସେଠି ଓ ସମ୍ପାଦକ ପ୍ରହଲ୍ଲାଦ ବିହାରୀ ଦାଶ ନୂତନ କର୍ମ କାର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ନନ୍ଦ କିଶୋର ମିଶ୍ର , ଶେଷଦେଵ ବାରିକ , ସଦାନନ୍ଦ ମହlନନ୍ଦ , ରଞ୍ଜନ କୁମାର ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।