Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ଘଟଣାର ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ନିର୍ଯାସ ଆସିବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲିବା ଘଟଣାର ତଦନ୍ତ ଚାଲିଛି । ଖୁବ୍ ଶୀଘ୍ର ନିର୍ଯାସ ଆସିବ ବୋଲି ରବିବାର କହିଛନ୍ତି ପରିବହନ ମନ୍ତ୍ରୀ । ସେ କହିଛନ୍ତି, ଯାହା ଲୋକଙ୍କ ମନରେ ସନ୍ଦେହ ରହିଛି, ତାହା ସତ ହୋଇପାରେ । ଅପେକ୍ଷା କରନ୍ତୁ, ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର । ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି । ତେଣୁ ହେଲିକପ୍ଟର ବୁଲାର ନିର୍ଯାସ ଅଳ୍ପ ଦିନ ମଧ୍ୟରେ ବାହାରିବ । ମୁଁ କହିଛି ମାନେ ସରକାର କହିଛି, ଆପଣମାନେ ଅପେକ୍ଷା କରନ୍ତୁ ।

ଏହା ପୂର୍ବରୁ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ କି ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର। ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି। ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। କିଏ ନିର୍ଦ୍ଦେଶ ଦେଇଥିଲା ଏବଂ କେମିତି ନିର୍ଦ୍ଦେଶ ଦେଇଥିଲା ତାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ଭିକେ ପାଣ୍ଡିଆନ ବିଜେଡି ସରକାର ସମୟରେ ରାଜ୍ୟ ସାରା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ପାଖାପାଖି ୬ ମାସ ବୁଲି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏଥିରେ କୋଟି କୋଟି ଟଙ୍କା ସରକାରୀ ରାଜସ୍ୱରେ ଖର୍ଚ୍ଚ ହେଉଥିଲା । ତାଙ୍କ ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା । ବିଜେପି ଓ କଂଗ୍ରେସ ଏହାକୁ ନେଇ ବିଜେଡି ସରକାରକୁ ଘେରିଥିଲେ । ବିଧାନସଭାରେ ମଧ୍ୟ ଅନେକ ଥର ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ