Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ସାପ୍ତାହିକ ବଜାର ପିଣ୍ଡି ଛାତରୁ ଖସୁଛି ସିମେଣ୍ଟ ଅତଡ଼ା ଆଦାୟ ହେଉଛି ଲକ୍ଷାଧିକ ଟଙ୍କା ହେଲେ ରକ୍ଷଣାବେକ୍ଷଣ ଶୁନ

ଝାରସୁଗୁଡା୧୯/୮(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଆରଏମସି ଦ୍ୱାରା ପରିଚାଳିତ ଶୁକ୍ରବାର ସାପ୍ତାହିକ ବଜାରରୁ ଲକ୍ଷାଧିକ ଟଙ୍କା ର ଟ୍ୟାକ୍ସ ଆଦାୟ ହେଉଛି । ଅଥଚ ରକ୍ଷଣାବେକ୍ଷଣ ଅଭାବରୁ ବଜାରରେ ନିର୍ମାଣ କରା ଯାଇଥିବା ବଜାର ପିଣ୍ଡି ଗୁଡ଼ିକ ଅତି ବିପଦ ପୁର୍ଣ୍ଣ ଅବସ୍ଥାରେ ରହିଛି । କେତେକ ଗୃହର ଛାତ ରୁ ସିମେଣ୍ଟ ଅତଡ଼ା ଖସୁଥିବା ବେଳେ ଅନ୍ୟ ଗୁଡିକରୁ ସିମେଣ୍ଟ ପିଲର ମାନଙ୍କରୁ କଂକ୍ରିଟ ଭାଙ୍ଗି ତାହା ବିପଦ ସଂକୁଳ ଅବସ୍ଥାରେ ରହିଛି । ଯାହା ଫଳରେ ସାପ୍ତାହିକ ବଜାରକୁ ଆସୁଥିବା ବ୍ୟବସାୟୀ, ପରିବା ବିକାଳୀ ତଥା ଗ୍ରାହକ ମାନଙ୍କ ଧନ ଜୀବନ ପ୍ରତି ବିପଦ ରହିଥିବା ସାଧାରଣରେ ଅଭିଯୋଗ ହେଉଛି ।
ସୂଚନା ଥାଉକି ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଶୁକ୍ରବାର ସାପ୍ତାହିକ ବଜାର ଦୀର୍ଘ ବର୍ଷ ହେଲା ଆରଏମସି ଦ୍ୱାରା ପରିଚାଳିତ ହେଉଛି । ଉକ୍ତ ସାପ୍ତାହିକ ବଜାରକୁ ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅଞ୍ଚଳରୁ କପଡ଼ା ଦୋକାନ, ରାସନ ଦୋକାନ, ପନିପରିବା,ମାଛ ବ୍ୟବସାୟୀ ମାନେ ବହୁ ସଂଖ୍ୟାରେ ଆସି ସେମାନଙ୍କ ଜିନିଷପତ୍ର ବିକ୍ରି କରୁଛନ୍ତି । ସେମାନଙ୍କ ଠାରୁ ଆରଏମସି ବାର୍ଷିକ ଲକ୍ଷାଧିକ ଟଙ୍କାର ଟ୍ୟାକ୍ସ ଆଦାୟ କରୁଛି । ସେହି ଆଦାୟ ଟ୍ୟାକ୍ସରୁ ପଞ୍ଚଗାଁ ଗ୍ରାମ ପଞ୍ଚାୟତକୁ ବାର୍ଷିକ ମାତ୍ର ୩୨ ହଜାର ୮ ଶହ ଟଙ୍କା ଦେଉଥିବା ସ୍ଥାନୀୟ ସରପଞ୍ଚ ମୁକେଶ ବାରିକ ପ୍ରକାଶ କରିଛନ୍ତି । ଉକ୍ତ ସାପ୍ତାହିକ ବଜାରରୁ ଏତେ ପରିମାଣ ଟଙ୍କା ଆଦାୟ କରି ଆରଏମସି ଲାଭାନ୍ମିତ ହେଉଥିବା ସତ୍ୱେ ବଜାର ପରିସରରେ ଥିବା ବଜାର ଗୃହ, ପିଣ୍ଡି ଗୁଡିକୁ ଦୀର୍ଘ ଦିନ ହେବ ସମ୍ପୃକ୍ତ ବିଭାଗର ଖାମଖିଆଳି ମନୋଭାବ ଯୋଗୁଁ ରକ୍ଷଣାବେକ୍ଷଣ କରା ଯାଉନାହିଁ । ଯାହା ଦ୍ୱାରା ସାପ୍ତାହିକ ବଜାର ଗୃହ ମାନଙ୍କ ଛାତ ଓ ପିଲର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ବିପଦ ସଂକୁଲ ଅବସ୍ଥା ସୃଷ୍ଟି ରହିଛି । କେତେବେଳେ ବି ଏହି ଗୃହ ଭୁଶୁଡ଼ି ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଉକ୍ତ ବିପଦ ପୂର୍ଣ୍ଣ ବଜାର ସମସ୍ତ ଗୃହ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ତା ପ୍ରତି ବଦଳରେ ନୂତନ ଗୃହ ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।
ସୂଚନା ଥାଉକି ଉକ୍ତ ବଜାର ଗୃହର ଦୁରାବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ଆରଏମସି ବିଭାଗକୁ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ ଦୀର୍ଘ ଦିନ ହେଲା ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନଥିବା ସ୍ଥାନୀୟ ସରପଞ୍ଚ ମୁକେଶ ବାରିକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

More Stories